ଢାକା: ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରାୟ 4 ମାସର ବିରତି ପରେ ଅଭ୍ୟାସକୁ ଫେରିଲେ ବାଂଲାଦେଶୀ କ୍ରିକେଟର । ଶନିବାର ବାଂଲାଦେଶ କ୍ରିକେଟ ବୋର୍ଡ(BCB) ଜୁଲାଇ 19ରୁ ଖେଳାଳିଙ୍କୁ ବ୍ୟକ୍ତିଗତ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରିଥିଲା ।
ଫଳରେ ପ୍ରଥମ ପର୍ଯ୍ୟାୟରେ ରବିବାର 4ଟି ଭିନ୍ନ ଭିନ୍ନ ଭେନ୍ୟୁରେ 9ଜଣ ଖେଳାଳି ଅଭ୍ୟାସ ଆରମ୍ଭ କରିଛନ୍ତି । ଢାକାର ସେର୍-ବାଂଲା ନ୍ୟାସନାଲ କ୍ରିକେଟ ଷ୍ଟାଡିୟମ, ଜାହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମ, ସେଲଟ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ, ସୈଖ ଅବୁ ନାସିର ଷ୍ଟାଡିୟମରେ ଅଭ୍ୟାସ ପାଇଁ ଅନୁମତି ମିଳିଛି ।