ହାଇଦ୍ରାବାଦ: ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ମ୍ୟାଚ ଆରମ୍ଭ ପୂର୍ବରୁ ଜର୍ସି ସହ ଖେଳାଳୀମାନଙ୍କ ଫଟୋ ନିଜର ଟ୍ବିଟର ପେଜ୍ରେ ସେୟାର କରିଛି ନ୍ୟୁଜିଲାଣ୍ଡ କିକ୍ରେଟ ବୋର୍ଡ । ତେବେ ଏହି ଅବସରରେ ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ସ୍ପିନର ଡାନିଏଲ ଭିଟୋରୀଙ୍କ ଜର୍ସି-11କୁ ଅବସର ଦିଆଯାଇଛି ।
ଭିଟୋରୀଙ୍କ ଜର୍ସିକୁ ଅବସର - ଡାନିଏଲ ଭିଟୋରୀ
ପୂର୍ବତନ ଅଧିନାୟକ ତଥା କିମ୍ବଦନ୍ତୀ ସ୍ପିନର ଡାନିଏଲ ଭିଟୋରୀଙ୍କ ଜର୍ସି-11କୁ ଅବସର ଦିଆଯାଇଛି । ଡାନିଏଲ 2007-2011 ଯାଏଁ କିଓ୍ବି ଦଳର ପ୍ରତିନିଧିତ୍ବ କରିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@BLACKCAPS
ନ୍ୟୁଜିଲାଣ୍ଡ କିକ୍ରେଟ ବୋର୍ଡ ଟ୍ବିଟରରେ ଉଲ୍ଲେଖ କରିଛି ଯେ, ଯେଉଁ ଖେଳାଳୀମାନେ 200ରୁ ଅଧିକ ଦିନିକିଆ ମ୍ୟାଚରେ ପ୍ରତିନିଧିତ୍ବ କରିଛନ୍ତି , ସେମାନଙ୍କ ଜର୍ସିକୁ ଅବସର ଦିଆଯିବ । ବାମ ହାତି ସ୍ପିନର ଭିଟୋରୀ 291ମ୍ୟାଚରେ 305 ଓ୍ବିକେଟ ନିଜ ନାଁରେ କରିଛନ୍ତି ।
ସେହିପରି ସେ 113ଟି ଟେଷ୍ଟ ମ୍ୟାଚରେ ଖେଳି 362 ଓ୍ବିକେଟ ହାସଲ କରିବା ସହ 4,531ରନ ସଂଗ୍ରହ କରିଛନ୍ତି । ଟେଷ୍ଟମ୍ୟାଚରେ ଭିଟୋରୀ 6ଟି ଶତକ ଓ 23ଟି ଅର୍ଦ୍ଧଶତକ ରେକର୍ଡ ନିଜ ନାଁରେ କରିଛନ୍ତି । ଏଥିସହ ଡାନିଏଲ 2007-2011 ଯାଏଁ କିଓ୍ବି ଦଳର ପ୍ରତିନିଧିତ୍ବ କରିଛନ୍ତି ।