ଓଡିଶା

odisha

ETV Bharat / sports

ପ୍ରଥମ ଟେଷ୍ଟ: ଭାରତର ନୈରାଶ୍ୟଜନକ ପାଳି, ନ୍ୟୁଜିଲାଣ୍ଡ ଅଗ୍ରଣୀ - New Zealand vs India

2ୟ ଦିନରେ ଭାରତର ନୈରାଶ୍ୟଜନକ ପ୍ରଥମ ଇଂନିସ ମାତ୍ର 165 ରନରେ ଶେଷ ହେବା ପରେ ଘରୋଇ ଦଳ ପାଳି ଆରମ୍ଭ କରିଥିଲା । 2ୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା 216ରନରେ 5 ୱିକେଟ ହରାଇ 51ରନରେ ଅଗ୍ରଣୀ ରହିଛି ।

new-zealand-vs-india-1st-test-new-zealand-lead-by-51-runs
ପ୍ରଥମ ଟେଷ୍ଟ: ଭାରତର ନୈରାଶ୍ୟଜନକ ପାଳି, ନ୍ୟୁଜିଲାଣ୍ଡ ଅଗ୍ରଣୀ

By

Published : Feb 22, 2020, 12:56 PM IST

ୱେଲିଂଟନ: ଏଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ପ୍ରଥମ ପାଳିରେ ଅଗ୍ରଣୀ ରହିଛି ଘରୋଇ ନ୍ୟୁଜିଲାଣ୍ଡ ଦଳ । 2ୟ ଦିନରେ ଭାରତର ନୈରାଶ୍ୟଜନକ ପ୍ରଥମ ଇଂନିସ ମାତ୍ର 165 ରନରେ ଶେଷ ହେବା ପରେ ଘରୋଇ ଦଳ ପାଳି ଆରମ୍ଭ କରିଥିଲା । 2ୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା 216ରନରେ 5 ୱିକେଟ ହରାଇ 51ରନରେ ଅଗ୍ରଣୀ ରହିଛି ।

ଦଳ ପକ୍ଷରୁ ଅଧିନାୟକ ୱେଲିୟମସନ(89) ଓ ଅଭିଜ୍ଞ ରସ ଟେଲର(440)ରନ କରିଛନ୍ତି । 3ୟ ଦିନ ଖେଳ ପାଇଁ କ୍ରିଜରେ ବିଜେ ୱେଟଲିଂ ଓ କଲିନ ଡି ଗ୍ରାଣ୍ଡହୋମ ଅପରାଜିତ ରହିଛନ୍ତି । ତେବେ ଭାରତୀୟ ବୋଲିଂରେ ଈଶାନ୍ତ ଶର୍ମା 3ଟି ଓ ଶାମି ଏବଂ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ସେହିପରି ଭାରତୀୟ ବ୍ୟାଟିଂରେ ଅଜିଙ୍କ୍ୟ ରାହାଣେ ସର୍ବାଧିକ 46 ଓ ମୟଙ୍କ ଅଗ୍ରୱାଲ 34 ରନର ଇଂନିସ ଖେଳିବାକୁ ସମର୍ଥ ହୋଇଛନ୍ତି । ଓପନର ପୃଥ୍ବୀ ଶ 16, ଚେତେଶ୍ବର ପୂଜାରା 11 ଓ ହନୁମା ବିହାରୀ 7 ରନ କରି ଫେଲ ମାରିଛନ୍ତି । ଶେଷ ଭାଗରେ ଋଷଭ ପନ୍ତ 19 ରନର ଇଂନିସ ସହ କିଛି ସମୟ ଲଢେଇ କରି ଆଶା ସଞ୍ଚାର କରିଥିଲେ । ମାତ୍ର ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦୀ ଓ କେଲ ଜେମିଏସନ 4ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ଟ୍ରେଣ୍ଟ ବୋଲ୍ଟ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ABOUT THE AUTHOR

...view details