ହାଇଦ୍ରାବାଦ: ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ପାଇଁ ଅଣ୍ଟା ଭିଡିଲା ନ୍ୟୁଜିଲାଣ୍ଡ । 2019 ବିଶ୍ବକପ ଚମ୍ପିଆନ ହେବାରୁ ଅଳ୍ପକେ ବଞ୍ଚିତ ହୋଇଥିବା ନ୍ୟୁଜିଲାଣ୍ଡ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ । ସେଥିପାଇଁ 2ଟି ଟେଷ୍ଟ ପାଇଁ 15 ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି ।
ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା - ଟେଷ୍ଟ ଦଳରେ ମିଚେଲ ସାଣ୍ଟନର
ନ୍ୟୁଜିଲାଣ୍ଡ ଦଳ ଅଗଷ୍ଟରେ ଶ୍ରୀଲଙ୍କା ଗସ୍ତ କରିବ । ସେଥିପାଇଁ 2ଟି ଟେଷ୍ଟ ପାଇଁ 15 ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା ହୋଇଛି । 2ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି ବୋଲିଂ ଅଲରାଉଣ୍ଡର ମିଚେଲ ସାଣ୍ଟନର ।
![ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା](https://etvbharatimages.akamaized.net/etvbharat/prod-images/768-512-3974810-thumbnail-3x2-wc.jpeg)
2ବର୍ଷପରେ ଟେଷ୍ଟ ଦଳକୁ ଫେରିଛନ୍ତି ବୋଲିଂ ଅଲରାଉଣ୍ଡର ମିଚେଲ ସାଣ୍ଟନର । ଡିସେମ୍ବର 2017ରେ ସାଣ୍ଟନର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ । ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ୟାରିୟରର 17 ତମ ଟେଷ୍ଟ ଖେଳି ଆହତ କାରଣରୁ ଦଳରୁ ବାଦ ପଡିଥିଲେ । ନ୍ୟୁଜିଲାଣ୍ଡକୁ କ୍ରିକେଟ ବିଶ୍ବକପର ଫାଇନାଲରେ ପହଞ୍ଚାଇବାରେ ସାଣ୍ଟନର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେମିଫାଇନାଲ ମୁକାବିଲାରେ ଭାରତ ବିପକ୍ଷରେ ଘାତକ ବୋଲିଂ କରି ଭାରତ ବିଜୟପଥରେ କଣ୍ଟା ସାଜିଥିଲେ ।
ନ୍ୟୁଜିଲାଣ୍ଡ ଟେଷ୍ଟ ଦଳ:
କେନ ୱିଲିୟମସନ(କ୍ୟାପଟେନ), ଟଡ ଆଷ୍ଟଲେ, ଟମ ବ୍ଳଣ୍ଡେଲ୍, ଟ୍ରେଣ୍ଟ ବୋଲ୍ଟ, କଲିନ ଦି ଗ୍ରାଣ୍ଡହୋମ, ଟମ ଲାଥମ, ହେନେରି ନିକୋଲାସ, ଏଜାଜ ପଟେଲ, ଜିତ ରାଭାଲ. ୱିଲ ସମଲଭିଲ, ମିଚେଲ ସାଣ୍ଟନର. ଟିମ ସାଉଦି, ରସ ଟେଲର, ନେଲ ୱାଙ୍ଗର, ବିଜେ ୱେଟଲିଙ୍ଗ ।