ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭାବନ୍ତି ଯେ ଗତ ବର୍ଷର ଆଇସିସି ଦିନିକିଆ ବିଶ୍ବକପରେ ନ୍ୟୁଜିଲ୍ୟାଣ୍ଡ ଦଳର ପ୍ରଦର୍ଶନ ସବୁଠାରୁ ଅଧିକ ସଂଗଠିତ ଓ ସ୍ଥିର ଥିଲା । ତେଣୁ ଇଂଲଣ୍ଡ ସହିତ ଟୁର୍ଣ୍ଣାମେଣ୍ଟର ମିଳିତ ବିଜେତା ହେବାକୁ ଯୋଗ୍ୟ ଥିଲା କିୱି ଦଳ ।
ଲର୍ଡ୍ସରେ ଚାଲିଥିବା ଐତିହାସିକ ଫାଇନାଲରେ ନ୍ୟୁଜିଲାଣ୍ଡ ଆୟୋଜନ ଇଂଲଣ୍ଡଠାରୁ ହାରିଯାଇଥିଲା । ସୁପର ଓଭରରେ ସ୍କୋର ସମାନ ରହିବା ପରେ ବାଉଣ୍ଡ୍ରି କାଉଣ୍ଟ-ବ୍ୟାକ କରି ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । “ଗତ ବିଶ୍ବକପରେ ମିଳିତ ବିଶ୍ବକପ ବିଜେତା ହେବା ଉଚିତ ଥିଲା । ନ୍ୟୁଜିଲ୍ୟାଣ୍ଡ ବିଶ୍ବ ଚାମ୍ପିଅନର ଟ୍ୟାଗ ପାଇବା ପାଇଁ ଯୋଗ୍ୟ ଥିଲା, କିନ୍ତୁ ଏହା ଦୁର୍ଭାଗ୍ୟଜନକ,’’ ବୋଲି କ୍ରିକେଟରରୁ ରାଜନେତା ପାଲଟିଥିବା ଗମ୍ଭୀର କହିଛନ୍ତି ।