ୱିଲିଙ୍ଗଟନ: ଆଇପିଏଲକୁ ନେଇ ଜାରି ରହିଛି କଳ୍ପନା ଜଳ୍ପନା । ଚଳିତ ବର୍ଷ ହେବ ଆଇପିଏଲ ହେବ କି ନାହିଁ, ଯଦି ହେବ କେବ ହେବ ଓ କେଉଁଠି ହେବ । କୋରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ମାସରେ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଛି । ତେବେ ଭାରତ ବାହାରେ ଆଇପିଏଲ ଆୟୋଜନ ହେବା ନେଇ ଅନେକ ଚର୍ଚ୍ଚା ମଧ୍ୟ ହୋଇଛି । ଏମିତି ବି ଶୁଣିବାକୁ ମିଳିଥିଲା ଯେ ନ୍ୟୁଜିଲାଣ୍ଡ ଆଇପିଏଲ ଆୟୋଜନ ନେଇ ଇଚ୍ଛୁକ ଅଛି । କିନ୍ତୁ ଏହି କଥାକୁ ଗୁରୁବାର ଖଣ୍ଡନ କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ।
ମାର୍ଚ୍ଚ 29ରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଥିଲା କିନ୍ତୁ କୋରୋନା ମହାମାରୀ ହେତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି, ତଥାପି ସେପ୍ଟେମ୍ବର ଶେଷରୁ ନଭେମ୍ବର ଆରମ୍ଭରେ ବିସିସିଆଇ ଏହାକୁ ଖେଳିବାକୁ ଆଶା କରୁଛି ।
ନ୍ୟୁଜିଲ୍ୟାଣ୍ଡ କ୍ରିକେଟ ମୁଖପାତ୍ର ରିଚାର୍ଡ ବକ ରେଡିଓ ନ୍ୟୁଜିଲ୍ୟାଣ୍ଡକୁ କହିଛନ୍ତି ଯେ, ‘‘ରିପୋର୍ଟ କେବଳ କଳ୍ପନା ଜଳ୍ପନା । ଆମେ ଆଇପିଏଲ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଇ ନାହୁଁ କିମ୍ବା ଏହା କରିବା ପାଇଁ ଆମର ଆଭିମୁଖ୍ୟ ବି ନାହିଁ।’’
କୋଭିଡ-19 ସଙ୍କଟ କାରଣରୁ ଭାରତରେ ଲିଗ ଆୟୋଜନ କରାଯାଇ ନ ପାରେ ତେଣୁ ୟୁଏଇ ଏବଂ ଶ୍ରୀଲଙ୍କା ପରେ ନ୍ୟୁଜିଲ୍ୟାଣ୍ଡ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିବା ଖବର ପାଇବା ପରେ ବକ୍ଙ୍କ ଏହି ପ୍ରତିକ୍ରିୟା ଆସିଛି।