ଓଡିଶା

odisha

ETV Bharat / sports

'ଆଗକୁ ଆଇସିସି ଦୂରବିକ୍ଷଣ ଯନ୍ତ୍ର ଉଦ୍ଭାବନ କରିବ' - New Zealand allrounder

ଚଳିତ ବର୍ଷ ବିଶ୍ବକପ ଫାଇନାଲ ମ୍ୟାଚର ବିବାଦୀୟ ସୁପର ଓଭର ପରେ ଏହି ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି । ତେବେ ଆଇସିସିର ଏହି ପଦକ୍ଷପକୁ ତାତ୍ସଲ୍ୟ କରିଛନ୍ତି ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମି ନିସାମ ।

ସୁପର ଓଭର ନିୟମ

By

Published : Oct 15, 2019, 6:26 PM IST

Updated : Oct 15, 2019, 6:32 PM IST

ହାଇଦ୍ରାବାଦ: ଚଳିତ ବର୍ଷ ବିଶ୍ବକପ ଫାଇନାଲ ମ୍ୟାଚର କଣ୍ଟ୍ରୋଭର୍ସିଆଲ ସୁପର ଓଭର ପରେ ଏହି ନିୟମରେ ପରିବର୍ତ୍ତନ ଆଣିଛି ଆଇସିସି । ନୂଆ ନିୟମ ଅନୁସାରେ ଯଦି ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ ଗୁଡିକରେ ସୁପର୍ ଓଭର ଟାଇ ହେଉଛି, ତେବେ ଫଳାଫଳ ବାହାରିବା ପର୍ଯ୍ୟନ୍ତ ତାହା (ସୁପର ଓଭର ମ୍ୟାଚ) ଜାରି ରହିବ । ତେବେ ଆଇସିସିର ଏହି ପଦକ୍ଷପକୁ ତାତ୍ସଲ୍ୟ କରିଛନ୍ତି ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ଜିମି ନିସାମ ।

ସୁପର ଓଭର ନିୟମ


ସେ କ୍ରିକବଜ୍‌ର ଏକ ଟ୍ବିଟକୁ ରିଟ୍ବିଟ କରି କଟାକ୍ଷ କରିଛନ୍ତି, "ଆଗକୁ ଯେମିତି ଟାଇଟାନିକ୍‌ ଧକ୍କା ନଖାଏ । ସେଥିପାଇଁ ଆଇସିସି ଏକ ଦୂରବିକ୍ଷଣ ଯନ୍ତ୍ର ଉଦ୍ଭାବନ କରିବ । "

ତେବେ ଜୁଲାଇ 14ରୁ ଅକ୍ଟୋବର 14, ଠିକ୍‌ ତିନିମାସ ପରେ ବଦଳି ଗଲା ସୁପର ଓଭରର ନିୟମ (ବାଉଣ୍ଡ୍ରୀ ଗଣତି) । ଉଲ୍ଲେଖଥାଉ କି, ଚଳିତ ବର୍ଷ ଜୁଲାଇ 14ରେ ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ସୁପର ଓଭରର ରୋମାଞ୍ଚକ ଡ୍ରାମା ଦେଖିବାକୁ ମିଳିଥିଲା । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦୁଇ ଫାଇନାଲିଷ୍ଟଙ୍କ ମଧ୍ୟରେ ସୁପର ଓଭରର ଖେଳାଯାଇଥିଲା । ଫାଇନାଲରେ ଉଭୟ ଦଳ ସମାନ 241 ରନ୍ କରିଥିଲେ, ଯାହା ପରେ ସୁପର୍ ଓଭର ଖେଳ ହୋଇଥିଲା । ସୁପର ଓଭରରେ ମଧ୍ୟ ଉଭୟ ଟିମ୍ 15 ରନ ଲେଖାଏଁ କରିଥିଲେ ଏବଂ ମ୍ୟାଚ୍ ଟାଇ ରହିଥିଲା । ଏହା ପରେ ଅଧିକ ବାଉଣ୍ଡ୍ରୀ ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । ଏହି ବିବାଦୀୟ ନିୟମ ନେଇ ଆଇସିସିକୁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା ।

Last Updated : Oct 15, 2019, 6:32 PM IST

ABOUT THE AUTHOR

...view details