ନୂଆଦିଲ୍ଲୀ: ଆଇପିଏଲରେ ନୂଆ ଦଳ ସାମିଲ ହେବାକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଚାଲିଛି । ନଜର ରହିଛି ଚଳିତବର୍ଷ 2021 ସିଜନରେ ଆଇପିଏଲର ଟିମର ସଂଖ୍ୟା ବଢୁଛି କି ନାହିଁ । ଏପଟେ ରାଜସ୍ଥାନ ରୟାଲ୍ସର ମାଲିକ ମନୋଜ ବଡାଲେଙ୍କ ଅନୁସାରେ ନୂଆଟିମ ଆସିଲେ ଖେଳକୁ ଲାଭ ମିଳିବ ।
'ନୂଆ ଫ୍ରାଞ୍ଚାଇଜ ଟିମ ଆସିଲେ ଆଇପିଏଲକୁ ମିଳିବ ଲାଭ'
ରାଜସ୍ଥାନ ରୟାଲ୍ସର ମାଲିକ ମନୋଜ ବଡାଲେଙ୍କ ଅନୁସାରେ ନୂଆଟିମ ଆସିଲେ ଖେଳକୁ ଲାଭ ମିଳିବ । ନୂଆ ଟିମ ସହ ଖେଳିବା ଓ ନୂତନ ପ୍ରଶଂସକଙ୍କ ସହ ଯୋଡି ହେବା ସହ ବେଶୀ ମ୍ୟାଚ ଖେଳିବାର ସୁଯୋଗ ମିଳିବ ।
ଆଇପିଏଲରେ ନୂଆ ଟିମକୁ ସାମିଲ ନେଇ ସେ କହିଛନ୍ତି ଯେ, ମୋତେ ଲାଗୁଛି କି ଆଇପିଏଲର ସମୟ ସୀମା ଓ ଅନ୍ୟ ସବୁକୁ ଦେଖି 8ଟି ଟିମର ସଂଖ୍ୟା ଭଲ ରହିଛି । କିନ୍ତୁ ନୂଆ ଫ୍ରାଞ୍ଚାଇଜ ଆଣିଲେ ଆପଣମାନଙ୍କୁ ନୂଆ ଟିମ ସହ ଖେଳିବା ଓ ନୂତନ ପ୍ରଶଂସକଙ୍କ ସହ ଯୋଡି ହେବା ସହ ବେଶୀ ମ୍ୟାଚ ଖେଳିବାର ସୁଯୋଗ ମିଳିବ । ଯାହା ନିଶ୍ଚିତ ଭାବେ ଖେଳ ପାଇଁ ଭଲ ହେବ ।
ଫ୍ରାଞ୍ଚାଇଜଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବା ଓ ଲିଗରେ ପାଓ୍ବାର ପ୍ଲେୟାରଙ୍କୁ ଆଣିବାକୁ ନେଇ ବଡାଲେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ଆମେମାନେ ଏଯାଏଁ ଗୋଟିଏ ଓ ଏକମାତ୍ର ଅନ୍ତରାଷ୍ଟ୍ରୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିଛୁ । ଲର୍ଡ୍ସରେ 2009 ମସିହାରେ ମିଡିଲସେକ୍ସ ସହ ଖେଳିଥିଲୁ । ପ୍ରତିବର୍ଷ ଏହିପରି ମ୍ୟାଚ ଖେଳିବାକୁ ପସନ୍ଦ କରିବୁ । ପାଓ୍ବାର ପ୍ଲେୟାର ଏକ କୌତୁହଳ ପ୍ରୟୋଗ ହେବ । କିନ୍ତୁ ଏହା ଉପରେ ଟିପ୍ପଣୀ ଦେବା ପୂର୍ବରୁ ମୋତେ ଦେଖିବାକୁ ହେବ ପାଓ୍ବାର ପ୍ଲେୟାରକୁ କିପରି ବ୍ୟବହାର କରାଯିବ ।