ଓଡିଶା

odisha

ETV Bharat / sports

ଲଣ୍ଡନରୁ ଧରାପଡିଲା ବୁକି ସଞ୍ଜୀବ, ଆଜି ଭାରତ ଆଣିବ କ୍ରାଇମବ୍ରାଞ୍ଚ - sanjeev chawla london

କ୍ରାଇମବ୍ରାଞ୍ଚ ହାତରେ ଧରାପଡିଲା କୁଖ୍ୟାତ ବୁକି ସଞ୍ଜୀବ ଚାୱଲା । ବହୁ ଦିନର ଲୁଚକାଳି ପରେ ମ୍ୟାଚ ଫିକ୍ସିଂ ଘଟଣାରେ ସଂପୃକ୍ତ ଅପରାଧିକୁ ଲଣ୍ଡନରୁ ଗିରଫ କରିବାକୁ ସକ୍ଷମ ହୋଇଛି କ୍ରାଇମବ୍ରାଞ୍ଚ ।

bookie sanjeev chawla from london
ଲଣ୍ଡନରୁ ଧରାପଡିଲା ବୁକି ସଞ୍ଜୀ

By

Published : Feb 13, 2020, 12:14 PM IST

ନୂଆଦିଲ୍ଲୀ: କ୍ରାଇମବ୍ରାଞ୍ଚ ହାତରେ ଧରାପଡିଲା କୁଖ୍ୟାତ ବୁକି ସଞ୍ଜୀବ ଚାୱଲା । ବହୁ ଦିନର ଲୁଚକାଳି ପରେ ମ୍ୟାଚ ଫିକ୍ସିଂ ଘଟଣାରେ ସଂପୃକ୍ତ ଅପରାଧିକୁ ଲଣ୍ଡନରୁ ଗିରଫ କରିବାକୁ ସକ୍ଷମ ହୋଇଛି କ୍ରାଇମବ୍ରାଞ୍ଚ । ଏଥିସହିତ ଖୁବଶୀଘ୍ର ସଞ୍ଜୀବକୁ ଭାରତ ଆଣିବାକୁ କ୍ରାଇମବ୍ରାଞ୍ଚ ବ୍ୟବସ୍ଥା କରୁଥିବା ଜଣାପଡିଛି । ଏହି ହାଇପ୍ରୋଫାଇଲ ଫିକ୍ସିଂ ମାମଲାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ ହେନ୍ସି କ୍ରୋନିଏଙ୍କ ସମେତ, ଏକାଧିକ ଲୋକଙ୍କ ସଂପୃକ୍ତି ଥିବା ଜଣାପଡିଥିଲା । ତେବେ ପୋଲିସ ହାତରୁ ଖସିଯାଇ ସେ ସମୟରେ ସଞ୍ଜୀବ ଚାୱଲା ଲଣ୍ଡନ ପଳାଇଥିଲେ ।

ଦିଲ୍ଲୀ ପୋଲିସ ମୁଖ୍ୟାଳୟ

ଅବସର ଥିଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ। ବର୍ଷ 2000 ମାର୍ଚ୍ଚ 19ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ନାଗପୁରରେ ଦିନିକିଆ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଖେଳାଳିଙ୍କ ଦ୍ବାରା ମ୍ୟାଚ ଫିକ୍ସିଂର ଘଟଣା ସାମ୍ନାକୁ ଆସିଥିଲା। ଏନେଇ କ୍ରାଇମ ବ୍ରାଞ୍ଚର ତତ୍କାଳିନ ଇନ୍ସପେକ୍ଟର ଇଶ୍ବର ସିଂହ ମାମଲା ରୁଜୁ କରିଥିଲେ । ଏଥିରେ ଦକ୍ଷିଣ ଆଫ୍ରିକାର ତତ୍କାଳୀନ କ୍ୟାପଟେନ ହେନ୍ସି କ୍ରୋନିଏ, ଲଣ୍ଡନରେ ବ୍ୟବସାୟ କରୁଥିବା ସଞ୍ଜୀବ ଚାୱଲା ଓ ଅନ୍ୟ ଲୋକଙ୍କ ନାମ ରହିଥିଲା ।

ଏହାର କିଛି ବର୍ଷ ପରେ ହନ୍ସି କ୍ରୋନିଏ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଘଟଣାରେ ଦିଲ୍ଲୀ ପୋଲିସ 2013ରେ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଲଗାତାର ସଞ୍ଜୀବ ଚାୱଲାକୁ ଧରିବା ନେଇ ଲଣ୍ଡନରେ ପ୍ରୟାସ ଚଳାଇଥିଲା । ଦୀର୍ଘଦିନର ପ୍ରୟାସ ପରେ କ୍ରାଇମବ୍ରାଞ୍ଚ ହାତରେ ଧରାପଡିଛି ବୁକି ସଞ୍ଜୀବ । ତେବେ ଗୁରୁବାର ସୁଦ୍ଧା ଭାରତରେ ପହଞ୍ଚିବା ନେଇ ସୂଚନା ରହିଛି । ଭାରତରେ ପହଞ୍ଚିବା ପରେ ସଞ୍ଜୀବକୁ ଅଧିକ ପଚରାଉଚୁରା କରିବ କ୍ରାଇମବ୍ରାଞ୍ଚ । ତେବେ ବୁକି ସଞ୍ଜୀବ ଏହି ଫିକ୍ସିଂ ଘଟଣାରେ ସଂପୃକ୍ତ ଯେଉଁ ଖେଳାଳିଙ୍କ ନାମ ନେବ, ସେହି ଖେଳାଳିଙ୍କ ମୁସ୍କିଲ ବଢିପାରେ କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details