ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଛି ନୂଆ ଅବତାରରେ । ପାଣ୍ଡ୍ୟା 4 ମାସର ପୁତ୍ର ସନ୍ତାନର ପିତା ଅଛନ୍ତି । ପୁଅ ଅଗସ୍ତ୍ୟାକୁ ଖାଇବାକୁ ଦେଉଥିବାର ଏକ ଫଟୋ ପାଣ୍ଡ୍ୟା ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ଏଥିରେ ଜାତୀୟ କର୍ତ୍ତବ୍ୟ ପରେ ପିତାର କର୍ତ୍ତବ୍ୟ ବୋଲି ଲେଖିଛନ୍ତି । ପାଣ୍ଡ୍ୟାଙ୍କ ଏହି ଫଟୋ ସୋସିଆଲ ମିଡିଆଲେ ବେଶ ଭାଇରାଲ ହେଉଛି । ବିନ୍ଦାସ ମିଜାଜରେ ସବୁବେଳେ ଫ୍ୟାନ୍ସଙ୍କ ସାମ୍ନାରେ ନଜର ଆସିଥିବା ପାଣ୍ଡ୍ୟାଙ୍କ ପିତା ଅବତାରରେ କୁନି ଶିଶୁପୁତ୍ର ପ୍ରତି କର୍ତ୍ତବ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।
ଶନିବାର ପାଣ୍ଡ୍ୟାଙ୍କ ପୁତ୍ର ଅଗସ୍ତ୍ୟାଙ୍କୁ 4 ମାସ ହୋଇଛି ।