ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ ଟିମ ଐତିହାସିକ ବିଜୟ ହାସଲ କରିଛନ୍ତି । ବ୍ରିସବେନରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟର ଅନ୍ତିମ ମ୍ୟାଚକୁ 3 ଓ୍ବିକେଟରେ ଜିଣି ସିରିଜକୁ 2-1ରେ କବ୍ଜା କଲା ଟିମ୍ ଇଣ୍ଡିଆ ।
ଭାରତୀୟ କ୍ରିକେଟ ଟିମକୁ ପିଏମ ମୋଦିଙ୍କ ଅଭିନନ୍ଦନ - ଭାରତ ବନାମ ଅଷ୍ଟ୍ରେଲିଆ
ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଭାରତୀୟ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାରତୀୟ କ୍ରିକେଟ ଟିମକୁ ପିଏମ ମୋଦିଙ୍କ ଅଭିନନ୍ଦନ
ତେବେ ଟିମ ଇଣ୍ଡିଆର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଭାରତୀୟ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତୀୟ କ୍ରିକେଟ ଟିମର ସଫଳତାରେ ବହୁତ ଖୁସି । ମ୍ୟାଚ ସମୟରେ ଭାରତୀୟ ଦଳର ଜିତିବାର ଦୃଢ ଇଚ୍ଛାଶକ୍ତି ସମସ୍ତଙ୍କୁ ଦେଖିବାକୁ ମିଳିଛି । ଖେଳାଳିଙ୍କ ଧୈର୍ଯ୍ୟ ଓ ଦୃଢ ସଂକଳ୍ପ ପାଇଁ ଟିମକୁ ଅଭିନନ୍ଦନ ।
ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି ।