ଓଡିଶା

odisha

ETV Bharat / sports

ଡୋପ ଟେଷ୍ଟ ପାଇଁ ଦୁଇ ରଣଜୀ ଖେଳାଳିଙ୍କ ନମୁନା ନେଲା ନାଡା - ରଣଜୀ ମ୍ୟାଚ

ପ୍ରତି ରଣଜୀ ମ୍ୟାଚରେ ଦୁଇ ଜଣ ଖେଳାଳୀଙ୍କ ହେବ ଡୋପ ଟେଷ୍ଟ । ଗୁରୁବାର ଫିରୋଜ ସାହା କୋଟଲା ଠାରେ ହୋଇଛି ଦୁଇ ଖେଳାଳୀଙ୍କ ପରୀକ୍ଷା ପାଇଁ ହୋଇଛି ନମୁନା ସଂଗ୍ରହ । ଅଧିକ ପଢ଼ନ୍ତୁ...

NADA, Ranji Game, National doping agency,  ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି, ରଣଜୀ ଖେଳାଳି, ଡୋପ ଟେଷ୍ଟ
ଡୋପ ଟେଷ୍ଟ ପାଇଁ ଦୁଇ ରନଜୀ ଖେଳାଳିଙ୍କ ନମୁନା ନେଲା NADA

By

Published : Dec 26, 2019, 9:54 PM IST

ନୂଆଦିଲ୍ଲୀ: ନ୍ୟାସନାଲ ଆଣ୍ଟି-ଡୋପିଂ ଏଜେନ୍ସି(NADA)ର ଅଧିକାରୀ ମାନେ ଗୁରୁବାର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ପହଞ୍ଚି ଦୁଇ ଜଣ ରଣଜୀ ଖେଳାଳିଙ୍କର ନମୁନା ସଂଗ୍ରକହ କରିଛନ୍ତି । ଏହି ଦୁଇ ଖେଳାଳି ରଣଜୀ ଟ୍ରଫି ଗ୍ରୁପ-ଏ ଲିଗ ମ୍ୟାଚରେ ଦିଲ୍ଲୀ ଓ ହାଇଦ୍ରାବାଦ ପକ୍ଷରୁ ଖେଳୁଥିଲେ ।

ଜଣେ ଡୋପ ନିୟନ୍ତ୍ରଣ ଅଧକାରୀଙ୍କ ଓ ଜଣେ ଚେପରୋନ ସମେତ ଦୁଇଜଣ ପ୍ରତିନିଧି ମ୍ୟାଚର ଲଞ୍ଚ ସମୟରେ ଖେଳାଳିଙ୍କ ନମୁନା ସଂଗ୍ରହ କରିଛନ୍ତି ।

ତେବେ ଏନେଇ ଡିଡିସିଏର ଜଣେ ପ୍ରମୁଖ ଅଧିକାରୀ କହିଛନ୍ତି ଯେ, ‘ନାଡା ଅଧିକାରୀ ହଠାତ ପରୀକ୍ଷା ପାଇଁ ଆସିଥିଲେ । ଦିଲ୍ଲୀ ଓ ହାଇଦ୍ରାବାଦ ଦଳରୁ ଜଣେ ଲେଖାଏଁ ଖେଳାଳିଙ୍କୁ ପରାକ୍ଷା ପାଇଁ ଚୟନ କରିଥିଲେ । ହାଇଦ୍ରାବାଦ ଓପନର ତନ୍ମୟ ଅଗ୍ରବୱାଲ ଓ ଦିଲ୍ଲୀ ଓପନର କୁନାଲ ଚାଣ୍ଡେଲା ଗୁରୁବାର ଡୋପ ପରୀକ୍ଷା ପାଇଁ ନିଜର ମୁତ୍ର ନମୁନା ଦେଇଛନ୍ତି ।’

ଚଳିତ ସିଜନରେ ବିସିସିଆଇ ନାଡା ଅଧିନରେ ରହିଥିବା କାରଣରୁ ସେମାନେ ପ୍ରତି ମ୍ୟାଚରେ ଦୁଇ ଜଣ ଖେଳାଳିଙ୍କର ବିନା କୌଣସି ସୂଚନାରେ ପରୀକ୍ଷା କରିବେ । ତେବେ ନାଡାର ଏହି ପରୀକ୍ଷା ପାଇଁ କେତୋଟି ରଣଜୀ ମ୍ୟାଚ ଚୟନ କରାଯାଇଥଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଜଣେ ବିସିସିଆଇ ଅଧିକାରୀ କହିଛନ୍ତି ଯେ, ‘ସେମାନେ 19 ବର୍ଷରୁ କମ, 23 ବର୍ଷରୁ କମ ଓ ମହିଳା ଖେଳାଳିଙ୍କ ମଧ୍ୟ ପରୀକ୍ଷା କରାଯିବ ।’

ୱାଡାରୁ ନିଲମ୍ବିତ ହେବା ପରେ ନ୍ୟାସନାଲ ଡୋପ ଟେଷ୍ଟିଙ୍ଗ ଲାବ୍ରୋଟୋରୀ ବର୍ତ୍ତମାନ ଦୋହାରେ ଥିବା ମାନ୍ୟତାପ୍ରାପ୍ତ ଲାବ୍ରୋଟାରୀରେ ପରୀକ୍ଷଣ କରାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details