ଓଡିଶା

odisha

ETV Bharat / sports

ଚତୁର୍ଥ ଥର ବିଜୟ ହଜାରେ ଟ୍ରଫି ବିଜୟୀ ମୁମ୍ବାଇ

ଆଦିତ୍ୟ ତାରେଙ୍କ ଅପରାଜିତ 118 ଓ କ୍ୟାପଟେନ ପୃଥୀ ଶ'ଙ୍କ ଧୁଆଁଧାର 39 ବଲରୁ 73 ରନ ବଳରେ ଉତ୍ତର ପ୍ରଦେଶକୁ ହରାଇ 2021 ସଂସ୍କରଣର ବିଜୟ ହଜାରେ ଟ୍ରଫି ହାତେଇଲା ମୁମ୍ବାଇ । ଅଧିକ ପଢନ୍ତୁ...

By

Published : Mar 14, 2021, 5:36 PM IST

mumbai win their 4th vijay hazare trophy title
ଚତୁର୍ଥ ଥର ବିଜୟ ହଜାରେ ଟ୍ରଫି ବିଜୟୀ ମୁମ୍ବାଇ

ନୂଆଦିଲ୍ଲୀ:ଆଦିତ୍ୟ ତାରେଙ୍କ ଅପରାଜିତ 118 ଓ କ୍ୟାପଟେନ ପୃଥୀ ଶ'ଙ୍କ ଧୁଆଁଧାର 39 ବଲରୁ 73 ରନ ବଳରେ ଉତ୍ତର ପ୍ରଦେଶକୁ ହରାଇ 2021 ସଂସ୍କରଣର ବିଜୟ ହଜାରେ ଟ୍ରଫି ହାତେଇଲା ମୁମ୍ବାଇ ।

ବିଜୟରେ ଉଲ୍ଲସିତ ମୁମ୍ବାଇ

ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ଫାଇଟରେ 6 ୱିକେଟରେ ଉତ୍ତର ପ୍ରଦେଶକୁ ହରାଇଛି ମୁମ୍ବାଇ ।

ମୁମ୍ବାଇ କ୍ୟାପଟେନ ପୃଥୀ ଶ

ଓପନର ମାଧବ କୌଶିକଙ୍କ ଅପରାଜିତ 158 ରନ ସହାତାରେ ପ୍ରଥମେ ବ୍ୟାଟିଂ କରି ଉତ୍ତର ପ୍ରଦେଶ 312/4 ରନ ସହ ବଡ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ମାତ୍ର ଫର୍ମରେ ଥିବା ମୁମ୍ବାଇର ବିସ୍ଫୋରକ ବ୍ୟାଟିଂକ୍ରମ ସାମ୍ନାରେ ଏହା ଅଧିକ ନଥିଲା । ମାତ୍ର 41.3 ଓଭରରେ 315/4 ସହ ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ମୁମ୍ବାଇ । ଚଳିତ ବର୍ଷର ଟୁର୍ଣ୍ଣାମେଣ୍ଟରେ ପ୍ରତିଟି ମ୍ୟାଚ ବିଜୟୀ ହୋଇଛି ମୁମ୍ବାଇ ।

ସଂକ୍ଷିପ୍ତ ସ୍କୋର:

ଉତ୍ତର ପ୍ରଦେଶ 312/4 50 ଓଭର(ମାଧବ କୌଶିକ 158 ଅପରାଜିତ, ଆକାଶଦୀପ 55, ସମର୍ଥ ସିଂ 55; ତନୁଷ କୋଟିଆନ 2/54) ମୁମ୍ବାଇ 315/4 41.3 ଓଭର ଠାରୁ ପରାସ୍ତ(ଆଦିତ୍ୟ ତାରେ 118 ଅପରାଜିତ, ପୃଥୀ ଶ 73; ସମୀର ଚୌଧୁରୀ 1/43) 6 ୱିକେଟ ଓ 51 ବଲ ପୂର୍ବରୁ ବିଜୟୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details