ଓଡିଶା

odisha

ETV Bharat / sports

ଚହଲଙ୍କ ଖୁଲାସା, ଧୋନିଙ୍କୁ ଝୁରୁଛି ଟିମ ଇଣ୍ଡିଆ ! - ଧୋନିଙ୍କ ସିଟ୍‌ ସୁରକ୍ଷିତ ନ୍ୟୁଜ

ଗୋଟିଏ ପଟେ ଧୋନିଙ୍କ କ୍ରିକେଟରୁ ଅବସର ଚର୍ଚ୍ଚା । ଅନ୍ୟପଟେ ଟିମ ଝୁରୁଛି ଧୋନିଙ୍କୁ । ଟିମ ବସ୍‌ରେ ଏବେବି ଧୋନିଙ୍କ ସିଟ୍‌ ସୁରକ୍ଷିତ ରହିଛି । ଅଧିକ ପଢନ୍ତୁ...

MS Dhoni's seat is still reserved
ଧୋନିଙ୍କୁ ଝୁରୁଛି ଟିମ ଇଣ୍ଡିଆ

By

Published : Jan 28, 2020, 6:08 PM IST

ହାମିଲଟନ: ଗୋଟିଏ ପଟେ ଧୋନିଙ୍କ କ୍ରିକେଟରୁ ଅବସର ଚର୍ଚ୍ଚା ଜୋର ଧରିଥିବାବେଳେ ଅନ୍ୟପଟେ ଟିମ ଝୁରୁଛି ଧୋନିଙ୍କୁ । ଟିମ ବସ୍‌ରେ ଏବେବି ଧୋନିଙ୍କ ସିଟ୍‌ ଖାଲି ପଡୁଛି । ଭାରତୀୟ ଦଳ ବର୍ତ୍ତମାନ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି । ଟିମ ଇଣ୍ଡିଆ ଯାତ୍ରା କରୁଥିବା ବସ୍‌ରେ ଧୋନିଙ୍କ ସିଟ୍‌ ଫାଙ୍କା ପଡୁଛି । ଟିମର ସମସ୍ତ ଖେଳାଳି ଏହି ସିଟ୍‌କୁ ସୁରକ୍ଷିତ ରଖିଛନ୍ତି । ଏମିତି କିଛି ଖୁଲାସା କରିଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ ।

ମହେନ୍ଦ୍ର ସିଂହ ଧୋନି

ଅବସର ଥିଲା ନ୍ୟୁଜିଲାଣ୍ଡ ବିପକ୍ଷ 3ୟ ଟି-20 ପାଇଁ ଭାରତୀୟ ଦଳର ହାମିଲଟନ ଗସ୍ତ । ଚହଲ ନିଜ ମଜାଳିଆ ଅନ୍ଦାଜରେ ସାଥି ଖେଳାଳିଙ୍କ ମତ ନେଉଥିଲେ । ଏମିତିରେ ଧୋନି ବସୁଥିବା ସିଟ୍‌ ପାଖକୁ ଯାଇ ଚହଲ କହିଥିଲେ, "ଏହି ସିଟ୍‌ରେ ଜଣେ ମହାନଲୋକ ବସନ୍ତି । ଏବେ ଏହି ସିଟ୍‌ ଖାଲିରହିଛି । ସମସ୍ତେ ମାହିଭାଇ(ଧୋନି)ଙ୍କୁ ମିସ୍‌ କରୁଛନ୍ତି" ।

ମହେନ୍ଦ୍ର ସିଂହ ଧୋନି

2019 କ୍ରିକେଟ ବିଶ୍ବକପ ସେମିଫାଇନାଲ ପରେ ମହେନ୍ଦ୍ର ସିଂହ ଧୋନି କ୍ରିକେଟରୁ ଦୂରରେ ରହିଛନ୍ତି । ଗୋଟିଏ ବି ମ୍ୟାଚ ଖେଳିନାହିଁନ୍ତି । ଟିମ ଇଣ୍ଡିଆର ଏହି ପୂର୍ବତନ କ୍ୟାପଟେନଙ୍କୁ ନେଇ ବଡ ଖୁଲାସା କରିଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ । ଏବେ ବି ଭାରତୀୟ ଟିମ ଯାତ୍ରା କରୁଥିବା ବସ୍‌ରେ ଧୋନିଙ୍କ ସିଟ୍‌ ଫାଙ୍କା ରହିବା ସହ ସୁରକ୍ଷିତ ମଧ୍ୟ ରହିଥିବା କହିଛନ୍ତି ଚହଲ ।

ABOUT THE AUTHOR

...view details