ଓଡିଶା

odisha

ETV Bharat / sports

ପଡିଆରେ ଧୋନିଙ୍କ ସବୁଠୁ ବଡ ଶକ୍ତି ବିଷୟରେ କହିଲେ ଡୁ ପ୍ଲେସିସ୍‌ - ଧୋନିଙ୍କ ସବୁଠୁ ବଡ ଶକ୍ତି

କ୍ୟାପେଟକୁ ନେଇ ମୋ ମନରେ ଥିବା ଧାରଣାକୁ ଧୋନି ବଦଳାଇ ଦେଲେ ବୋଲି କହିଛନ୍ତି ଫାଫ୍‌ ଡୁ ପ୍ଲେସିସ୍‌ । ଅଧିକ ପଢ଼ନ୍ତୁ...

MS Dhoni's incredible gut feeling, Dhoni's his biggest strength, Faf du plesis, ଧୋନିଙ୍କ ସବୁଠୁ ବଡ ଶକ୍ତି, ଫାଫ୍‌ ଡୁ ପ୍ଲେସିସ୍‌
ପଡିଆରେ ଧୋନିଙ୍କ ସବୁଠୁ ବଡ ଶକ୍ତି ବିଷୟରେ କହିଲେ ଡୁ ପ୍ଲେସିସ୍‌

By

Published : May 14, 2020, 6:07 PM IST

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଜଣେ ଅସାଧାରଣ ଏବଂ ଅନନ୍ୟ ଅଧିନାୟକ, ଯାହାର ସବୁଠାରୁ ବଡ ଶକ୍ତି ହେଉଛି ତାଙ୍କର ଅବିଶ୍ବସନୀୟ ଅନ୍ତଃକରଣ ବୋଲି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସରେ ତାଙ୍କ ସାଥୀ ଖେଳାଳି ଫାଫ୍‌ ଡୁ ପ୍ଲେସିସ୍‌ ।

2011ରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସିଏସକେ ଦଳରେ ଯୋଗଦେବା ପରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଧୋନିଙ୍କ ସହ ବହୁ ସମୟ ଅତିବାହିତ କରିଛନ୍ତି ଏବଂ ଟିମର ସଫଳ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛନ୍ତି ।

“ସେ ଅନ୍ୟ ଖେଳାଳିଙ୍କୁ ବାସ୍ତବରେ ଭଲ ପଢ଼ ପାରନ୍ତି ଏବଂ ପଡ଼ିଆରେ ଫଳପ୍ରଦ ନିଷ୍ପତ୍ତି ନେବା ପାଇଁ ସେ ଏହାକୁ ବ୍ୟବହାର କରନ୍ତି । ସେ ଖେଳ ଉପରେ ଏକ ଅଭୁତପୂର୍ବ ଅଭିଜ୍ଞତା ରଖିଛନ୍ତି ଏବଂ ମୁଁ ଭାବୁଛି ତାହା ହିଁ ହେଉଛି ତାଙ୍କର ସବୁଠାରୁ ବଡ ଶକ୍ତି,’’ ବୋଲି ବାଙ୍ଗଲାଦେଶର ଏକଦିବସୀୟ ଅଧିନାୟକ ତମିମ ଇକବାଲଙ୍କ ସହ ଫେସବୁକ ଲାଇଭ ଅଧିବେଶନରେ ଡୁ ପ୍ଲେସିସ୍ କହିଛନ୍ତି ।

35 ବର୍ଷୀୟ ଫାଫ୍‌ କହିଛନ୍ତି ଯେ ଜଣେ ଅଧିନାୟକ କିପରି ହେବା ଉଚିତ୍ ସେ ବିଷୟରେ ଥିବା ତାଙ୍କ ଧାରଣାକୁ ଧୋନି ବଦଳାଇ ଦେଇଛନ୍ତି ।

“ଅଧିନାୟକ ଭାବରେ ଏମଏସ କେତେ ଭିନ୍ନ ତାହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ଭାବୁଥିଲି ଜଣେ ଅଧିନାୟକ ଟିମ ମିଟିଙ୍ଗ ଇତ୍ୟାଦିରେ ସବୁବେଳେ କଥା ହେବା ଆବଶ୍ୟକ କିନ୍ତୁ ଏମଏସ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ।’’

“ଟିମ ମିଟିଙ୍ଗରେ ସେ ବିଶେଷ ବିଶ୍ବାସ କରନ୍ତି ନାହିଁ । ସେ ଜଣେ ସ୍ବତଃ ପ୍ରବୃତ୍ତ ଅଧିନାୟକ, ତାଙ୍କର କ୍ରିକେଟ ଉପରେ ଏତେ ଭଲ ଜ୍ଞାନ ଅଛି ଯେ ସେ ପଡିଆ ଉପରେ ସଠିକ ନିଷ୍ପତ୍ତି ନେବାରେ ଏହାର ବ୍ୟବହାର କରନ୍ତି,’’ ବୋଲି ଡୁ ପ୍ଲେସିସ ଭାରତର ପୂର୍ବତନ ଅଧିନାୟକଙ୍କ ବିଷୟରେ କହିଛନ୍ତି ।

ଧୋନି ଗତ ବର୍ଷ ବିଶ୍ବକପ ସେମିଫାଇନାଲରେ ଭାରତ ପାଇଁ ଖେଳିଥିଲେ ଏବଂ କୋରୋନା ପାଇଁ ବର୍ତ୍ତମାନ ସ୍ଥଗିତ ଥିବା ଆଇପିଏଲରେ ସେ ପୁଣି ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ ବୋଲି ଆଶା କରାଯାଉଥିଲା।

ABOUT THE AUTHOR

...view details