ଓଡିଶା

odisha

ETV Bharat / sports

8 ମାସରେ ଆଜି ଧୋନିଙ୍କୁ ପଡିଆରେ ଦେଖିଥାନ୍ତେ ଫ୍ୟାନ୍ସ, ମାତ୍ର... - MS Dhoni

ପ୍ରାୟ ଦୀର୍ଘ 8 ମାସ ପରେ ପଡିଆରେ ଭାରତୀୟ ପୂର୍ବତନ କ୍ୟାପଟେନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ପଡିଆକୁ ଓହ୍ଲାଇଥାନ୍ତେ । ମାତ୍ର ଆଜି ତାହା ହୋଇ ପାରିଲା ନାହିଁ । ଭାଗ୍ୟର ବିଡମ୍ବାନ ସହ କୋରୋନା ଭାଇରସ ପାଇଁ ଆଇପିଏଲ ସ୍ଥଗିତ ରଖାଗଲା । ଅଧିକ ପଢନ୍ତୁ...

ms-dhoni-would-have-played-his-first-match-in-8-months-on-sunday
8 ମାସରେ ଆଜି ଧୋନିଙ୍କୁ ପଡିଆରେ ଦେଖିଥାନ୍ତେ ଫ୍ୟାନ୍ସ, ମାତ୍ର...

By

Published : Mar 29, 2020, 11:39 PM IST

ହାଇଦ୍ରାବାଦ: ସାଧାରଣତ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଥିଲା, ଯେତେବେଳେ ମାର୍ଚ୍ଚ 29ରେ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) 13ତମ ସିଜିନର ଉଦଘାଟନୀ ମ୍ୟାଚ ଚେନ୍ନାଇ-ମୁମ୍ବାଇ ଭିତରେ ହେବାର ଖବର ସାମ୍ନାକୁ ଆସିଥିଲା । କାରଣ ପ୍ରାୟ ଦୀର୍ଘ 8 ମାସ ପରେ ପଡିଆରେ ଭାରତୀୟ ପୂର୍ବତନ କ୍ୟାପଟେନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ପଡିଆକୁ ଓହ୍ଲାଇଥାନ୍ତେ । ମାତ୍ର ଆଜି ତାହା ହୋଇ ପାରିଲା ନାହିଁ । ଭାଗ୍ୟର ବିଡମ୍ବାନ ସହ କୋରୋନା ଭାଇରସ ପାଇଁ ଆଇପିଏଲ ସ୍ଥଗିତ ରଖାଗଲା । ଦୀର୍ଘ 8ମାସ ପରେ ପୁଣି ଥରେ ନିରାଶା ହେବାକୁ ପଡିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ।

ଭାରତୀୟ ପୂର୍ବତନ କ୍ୟାପଟେନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି

ଯଦି ସମସ୍ତେ ଯୋଜନା ଅନୁଯାୟୀ ଚାଲିଥାନ୍ତେ, ତେବେ ଧୋନି ଏବଂ ତାଙ୍କ ଚେନ୍ନାଇ ସୁପର କିଙ୍ଗ୍ସ ୱାଙ୍ଖଡେ ଷ୍ଟାଡିୟମରେ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ବିରୋଧରେ ଆଇପିଏଲର ଓପିନିଂ ମ୍ୟାଚ ଖେଳୁଥାନ୍ତ । କିନ୍ତୁ ଭାଗ୍ୟ ତାଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ପ୍ରଶଂସକଙ୍କୁ ଛାଡି ଦେଇଛି । କୋରୋନା ଭାଇରସ କାରଣରୁ ବିସିସିଆଇ ଆଇପିଏଲ୍ 2020କୁ ଏପ୍ରିଲ୍ 15 ପର୍ଯ୍ୟନ୍ତ ସ୍ଥଗିତ ରଖିଛି ।

ଭାରତୀୟ ପୂର୍ବତନ କ୍ୟାପଟେନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି

ତେବେ ଆଇପିଏଲର ଚଳିତ ସିଜିନ ପାଇଁ ଧୋନି ମଧ୍ୟ ଅଭ୍ୟାସ ଆରମ୍ଭ କରିଦେଇଥିଲେ । ଏପରିକି ଅଭ୍ୟାସ ଅଭ୍ୟାସ ସମୟରେ ସେ 45ବଲରେ 100 ସ୍କୋର କରିଥିଲେ । ଅଭ୍ୟାସ ସିଜିନକୁ ଦେଖିବା ପାଇଁ ମଧ୍ୟ ପ୍ରତିଦିନ ଚେପକ୍ ଷ୍ଟାଡିୟମରେ ଶହ ଶହ ଲୋକ ଏକତ୍ରିତ ହେଉଥିଲେ । କିନ୍ତୁ ଆଇପିଏଲର 13 ତମ ସିଜିନ୍ ସ୍ଥଗିତ ରହିବା ପରେ ଅଭ୍ୟାସ ଅଧିବେଶନ ଛାଡି ଧୋନି ରାଞ୍ଚିରେ ଘରକୁ ଫେରିଥିଲେ ।

ଭାରତୀୟ ପୂର୍ବତନ କ୍ୟାପଟେନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି

ସୂଚନାଯୋଗ୍ୟ, ସିଏସକେକୁ 3ଟି ଆଇପିଏଲ ଟାଇଟଲ ଭେଟିଦେଇଥିବା 38 ବର୍ଷୀୟ ଧୋନି ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ ପରଠାରୁ କୌଣସି ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାଁନ୍ତି । ସେହିପରି ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ମଧ୍ୟ ସେ ନିରବ ରହିଛନ୍ତି । ଏଥିସହ ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳି ତାଲିକାରେ ମଧ୍ୟ ନିଜ ପାଇଁ ସ୍ଥାନ ହରାଇ ସାରିଛନ୍ତି ।

ସେହିପରି ଆଇପିଏଲ ବାତିଲ ହେଲେ ଧୋନିଙ୍କ କ୍ୟାରିଅର ଉପରେ ଖଣ୍ଡା ଝୁଲିପାରେ । କାରଣ ସୁନୀଲ ଯୋଶୀଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆର ନୂତନ ଚୟନ ପ୍ୟାନେଲ୍ ପୂର୍ବରୁ କହିସାରିଛି ଯେ, ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନିଙ୍କ ଟି-20 ବିଶ୍ବକପ ଚୟନ କେବଳ ଆଗାମୀ ଆଇପିଏଲ ପ୍ରଦର୍ଶନ ଉପରେ ହିଁ ନିର୍ଭର କରୁଛି । ଏପରିକି ଯୋଶୀଙ୍କ ପୂର୍ବରୁ ଥିବା ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ସ୍ପଷ୍ଟ କରିଥିଲେ ଯେ, ଦଳ ଧୋନିଙ୍କଠାରୁ ଆଗକୁ ବଢି ସାରଛି ଏବଂ ଚୟନ ପାଇଁ ତାଙ୍କୁ ପ୍ରଥମେ ଖେଳିବାକୁ ପଡ଼ିବ । ଯଦି ତାଙ୍କର ଆଇପିଏଲ ପ୍ରଦର୍ଶନ ଭଲ ରହେ, ତେବେ ଧୋନିଙ୍କୁ ପୁନଃର୍ବାର ହିସାବକୁ ନିଆଯିବ ।

ଉଲ୍ଲେଖଥାଉ କି, ଆଗାମୀ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଟି -20 ବିଶ୍ବକପ ଆୟୋଜନ ହେବାକୁ ଯାଉଛି । ଏହି ମେଗା ଇଭେଣ୍ଟ ପାଇଁ ଆଇପିଏଲରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅନ୍ତିମ ଦଳ ଚୟନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ତେଣୁ ବର୍ତ୍ତମାନ, ଆଇପିଏଲ୍ 2020 ଉପରେ କାଳ ବାଦଲ ଛାଇ ଥିବାରୁ ଧୋନିଙ୍କ ଭବିଷ୍ୟତ ବିପଦରେ ଅଛି ବୋଲି କହିବା ଭୁଲ୍ ହେବ ନାହିଁ । ସେହିପରି ଯଦି ଏହି ବିତ୍ତଶାଳୀ ଲିଗ୍ ବାତିଲ ହୁଏ ତେବେ ପ୍ରଶଂସକମାନେ ହୁଏତ ଧୋନିଙ୍କୁ ଆଉ କେବେ ବ୍ଲୁ ଜର୍ସିରେ ଦେଖି ପାରିବେ ନାହିଁ । ଅତିକମରେ କହିପାରିବା ଆଗାମୀ ଟି -20 ବିଶ୍ବକପ୍‌ରେ ଧୋନିଙ୍କୁ ଦେଖି ପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details