ଓଡିଶା

odisha

ETV Bharat / sports

ଭୋଟ ଦେଲେ ଧୋନି

ଝାଡଖଣ୍ଡ ରାଞ୍ଚିରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜ ପରିବାର ସହିତ ଭୋଟ ଦେଇଛନ୍ତି ।

By

Published : May 6, 2019, 4:11 PM IST

Updated : May 6, 2019, 6:58 PM IST

ଫଟୋ ସୌଜନ୍ୟ-ଇଟିଭି ଭାରତ

ରାଞ୍ଚି: 2019 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଚାଲିଛି । 7ଟି ରାଜ୍ୟର 51 ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି ।

ଝାଡଖଣ୍ଡର ରାଞ୍ଚିରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ପରିବାର ସହିତ ଭୋଟ ଦେଇଛନ୍ତି । ଝିଅ ଜିଭାକୁ ସାଥିରେ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଧୋନି । ପତ୍ନୀ ସାକ୍ଷୀ ଓ ପିତା,ମାତା ମଧ୍ୟ ତାଙ୍କ ସହ ଭୋଟ ଦେବାକୁ ପହଞ୍ଚିଥିଲେ ।

ରାଞ୍ଚିର ଜେଭିଏମ ସାମଲି ବିଦ୍ୟାଳୟରେ ବୁଥ ନଂ 78ରେ ଧୋନି ପରିବାର ସହିତ ଭୋଟ ଦେଇଛନ୍ତି । ଏହି ସ୍କୁଲରେ ସେ ପାଠ ପଢିଛନ୍ତି । ଆଇପିଏଲରୁ କେବଳ ଭୋଟ ଦେବା ପାଇଁ ଧୋନି ରାଞ୍ଚି ଆସିଛନ୍ତି ।

Last Updated : May 6, 2019, 6:58 PM IST

ABOUT THE AUTHOR

...view details