ଓଡିଶା

odisha

ETV Bharat / sports

କ୍ରିକେଟରୁ ନୀରବ ଅବସର ନେବେ ଧୋନି ! - Sunil Gavaskar on MS Dhoni Retirement

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ଅବସରକୁ ନେଇ ଥମୁନି ଚର୍ଚ୍ଚା ଧୋନି କାହାକୁ ନଜଣାଇ କ୍ରିକେଟରୁ ନୀରବ ଅବସର ନେବେ କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଅଧିକ ପଢନ୍ତୁ...

MS Dhoni Will Silently Retire
କ୍ରିକେଟରୁ ନୀରବ ଅବସର ନେବେ ଧୋନି !

By

Published : Mar 22, 2020, 3:11 PM IST

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ଅବସରକୁ ନେଇ ଥମୁନି ଚର୍ଚ୍ଚା । ନିଜେ ଧୋନି ଏହି ଅବସର ଘଟଣାରେ ମୁହଁ ଖୋଲୁ ନଥିବାବେଳେ, ପ୍ରଶଂସକ ଓ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି । ଧୋନି କାହାକୁ ନଜଣାଇ କ୍ରିକେଟରୁ ନୀରବ ଅବସର ନେବେ ବୋଲି କହିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ।

ମହେନ୍ଦ୍ର ସିଂ ଧୋନି

2019 ଦିନିକିଆ ବିଶ୍ବକପ ସେମିଫାଇନାଲରେ ପରାଜୟ ସହ ବିଦାୟ ନେଇଥିଲା ଭାରତ । ଏହି ମ୍ୟାଚ ଥିଲା ଧୋନିଙ୍କ ଶେଷ ମ୍ୟାଚ । ଏହା ପରଠାରୁ କ୍ରିକେଟରୁ ଦୂରରେ ରହିଛନ୍ତି ଧୋନି । ତେବେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପରେ ଧୋନିଙ୍କୁ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଆଇପିଏଲରେ ଧୋନିଙ୍କ ଫର୍ମ ଓ ପ୍ରଭାବି ପ୍ରଦର୍ଶନ ପରେ ଜାତୀୟ ଦଳକୁ ଫେରିବା ସମ୍ଭାବନାକୁ ସୃଷ୍ଟିହେବ କୁହାଯାଉଥିଲା । ଜାତୀୟ ଦଳକୁ ଫେରିବା ଧୋନିଙ୍କ ଆଇପିଏଲ ପ୍ରଦର୍ଶନ ସ୍ଥିର କରିବ ବୋଲି ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଥିଲେ । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଟି-20 ବିଶ୍ବକପ ଖେଳାଯିବ ।

ମାତ୍ର ବିଶ୍ବବ୍ୟାପୀ ଆତଙ୍କ ଖେଳାଇଥିବା କୋରୋନା ଭାଇରସ ଯୋଗୁଁ ଆଇପିଏଲର 2020ର ପୂର୍ବ ନିର୍ଧାରିତ ସମୟସୂଚୀକୁ ବାତିଲ କରି ଦିଆଯାଇଛି । ଚଳିତ ମାସ 29 ତାରିଖରୁ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ଆରମ୍ଭ ହେବା ନେଇ ସୂଚୀ ରହିଥିଲା । ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନ ରହିଛନ୍ତି ମହେନ୍ଦ୍ର ସିଂହ ଧୋନି ।

ABOUT THE AUTHOR

...view details