ନୂଆଦିଲ୍ଲୀ: 2011 ଭାରତ ବନାମ ଶ୍ରୀଲଙ୍କା ବିଶ୍ବକପ ଫାଇନାଲରେ ମହେନ୍ଦ୍ର ସିଂହ ଧୋନିଙ୍କ ୱାଙ୍ଖେଡେ ଷ୍ଟାଡିୟମରେ ହେଲିକପ୍ଟର ସଟର ସେଇ ଛକା ଆଉ ଭାରତର 28 ବର୍ଷ ପରେ ବିଶ୍ବକପ ବିଜୟ ସଭିଙ୍କ ମନରେ ଆଜି ବି ସତେଜ ରହିଛି । କିନ୍ତୁ ମ୍ୟାଚରେ ଆଉ ଘଟଣା ହୋଇଥିଲା ଯାହାକୁ ନେଇ ଚର୍ଚ୍ଚା ହୋଇଥିଲା, ତାହା ହେଉଛି ମ୍ୟାଚ ପୂର୍ବରୁ ଟସ ପଡିବା ବେଳେ ଭାରତୀୟ ଅଧିନାୟକ ଧୋନି ଓ ଶ୍ରୀଲଙ୍କା ଅଧିନାୟକଙ୍କ ମଧ୍ୟରେ କିଛି ଦ୍ବନ୍ଦ ଦେଖା ଦେଇଥିଲା ।
ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ତାଙ୍କର ନୂଆ ଇନଷ୍ଟାଗ୍ରାମ ଲାଇଭ ଚାଟ ସୋରେ କଥା ହେବାବେଳେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରା ସେହି ସ୍ମରଣୀୟ ମ୍ୟାଚରେ ୱାଙ୍ଖେଡେ ଷ୍ଟାଡିୟମରେ ଟସ ବେଳେ କଣ ଘଟିଥିଲା ତାହା କହିଥିଲେ ।
“ଭିଡ଼ ବହୁତ ଥିଲା । ଶ୍ରୀଲଙ୍କାରେ ଏତେ ଭିଡ କେବେ ହୁଏନି । ଇଡେନ ଗାର୍ଡେନ୍ସରେ ଥରେ ଏମିତି ଭିଡ ହୋଇଥିଲା ଯେତେବେଳେ ମୁଁ ପ୍ରଥମ ସ୍ଲିପ୍ ସହ କଥା ହୋଇ ପାରିନଥିଲି ଏବଂ ତା’ପରେ ଅବଶ୍ୟ ୱାଙ୍ଖେଡେରେ ଏମିତି ହୋଇଥିଲା । ମୋର ମନେ ଅଛି ଟସ ଡାକିବା ପରେ ମାହି ନିଶ୍ଚିତ ନଥିଲେ ଏବଂ ମତେ କହିଲେ ‘ତୁମେ ଟେଲ ଡାକିଲ କି’ ଏବଂ ମୁଁ କହିଲି ନା ମୁଁ ହେଡ ଡାକିଲି,’’ ବୋଲି ସାଙ୍ଗାକାରା କହିଛନ୍ତି ।