ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନି ଏବେ ଏକ ଟିଭି ଶୋର ପ୍ରଯୋଜକ ହେବାକୁ ଯାଉଛନ୍ତି। ଏହି ଶୋରେ ସେ ଆର୍ମି ଅଫିସର ଯେଉଁମାନେ ପରମବୀର ଚକ୍ର ଓ ଅଶୋକ ଚକ୍ରରେ ସମ୍ମାନିତ ହୋଇଛନ୍ତି, ତାଙ୍କର ଜୀବନି ବିଷୟରେ ଧୋନି କହିବେ।
ଟିଭି ଶୋର ପ୍ରଯୋଜକ ହେବେ ଧୋନି, କହିବେ ଆର୍ମି ଅଫିସରଙ୍କ କାହାଣୀ - ms dhoni latest news
ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଏମଏସ ଧୋନି ସାରା ବିଶ୍ବକୁ ଆର୍ମି ଅଫିସରଙ୍କ କାହାଣୀ ଶୁଣାଇବେ।

ms dhoni
ଧୋନି ଖୋଦ୍ ଆର୍ମି ଟେରିଟୋରିୟଲରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ। ଷ୍ଟୁଡିୟୋନେକ୍ସଟ ଅତି ଶୀଘ୍ର ଧୋନିଙ୍କ ସହଯୋଗରେ ଆର୍ମି ଅଧିକାରୀଙ୍କ କାହାଣୀ ଶୁଣାଇବ। ଧୋନି ନିଜର ଶୋରେ ବୀର ସାହାସୀ ପରମବୀର ଚକ୍ର ଓ ଅଶୋକ ଚକ୍ର ବିଜେତାଙ୍କ କାହାଣୀ ଶୁଣାଇବେ।