ହାଇଦ୍ରାବାଦ: ଧୋନିଙ୍କ ନୂଆ ଲୁକ୍ । ଭାରତୀୟ ଜର୍ସିରେ ନୂହେଁ, ପାଇଜାମା ଓ କୁର୍ତାରେ ନେତାଙ୍କ ଷ୍ଟାଇଲ । ଆର୍ମି ଗେଟ-ଅପ ପରେ ଏବେ ପଲିଟିକାଲ ଗେଟ-ଅପ । ଧୋନିଙ୍କ ଏହି ଗେଟ-ଅପ ଏବେ ସୋସିଆଲ ମାଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ମୁମ୍ବାଇରେ ଏକ ବିଜ୍ଞାପନ ସୁଟିଂ ପାଇଁ ଧୋନିଙ୍କ ଏହି ନୂଆ ଲୁକ୍ ।
କ୍ରିକେଟ ଛାଡି ନେତା ସାଜିଲେଣି ଧୋନି ! - ଧୋନି
ମୁମ୍ବାଇରେ ଏକ ବିଜ୍ଞାପନ ସୁଟିଂ ପାଇଁ ଧୋନିଙ୍କ ଏହି ନୂଆ ଲୁକ୍ ।
ଡିଜାଇନ ଫଟୋ
ନୂଆ ଲୁକରେ ମାହିଙ୍କ ନୂଆ ଅନ୍ଦାଜ୍ । ମୁଣ୍ଡରେ ଟୋପି ଓ ନେତାଙ୍କ ପରି ହାତ ଯୋଡି ଠିଆ ହୋଇଛନ୍ତି କ୍ୟାପ୍ଟେନ କୁଲ୍ । ତାଙ୍କ ପୋଷ୍ଟ ଉପରେ ଲେଖାହୋଇଛି "ଯାହା ଜନତା ୱାହାଁ ହମ"... ଅର୍ଥାତ "ଯେଉଁଠି ଜନତା ସେଇଠି ଆମେ" ।
ଉଲ୍ଲେଖଥାଉ, ବିଶ୍ବକପରେ ଭାରତୀୟ ଦଳର ପରାଜୟ ପରେ ଚଳିତ ଇଣ୍ଡିଜ୍ ଗସ୍ତରୁ ନିଜକୁ ବିରତି ଦେଇଥିଲେ ଦଳର ଏହି ପୂର୍ବତନ ଅଧିନାୟକ । ଏଥିସହିତ ନିକଟରେ ସେ ଭାରତୀୟ ସେନାର ଟେରିଟୋରୀ କ୍ୟାମ୍ପରେ ଯୋଗ ଦେଇଥିଲେ । ତେବେ ଅଗଷ୍ଟ 15ରେ ସେନା ସହ ସମୟ ବିତାଇଲା ପରେ ସେ ଅଗଷ୍ଟ 16 ତାରିଖରେ ଦିଲ୍ଲୀ ଫେରିଥିଲେ ।