ଚେନ୍ନାଇ: ଭାରତରେ ବ୍ୟାପୁଥିବା କୋରୋନ ଭାଇରସ କାରଣରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 13ତନ ସଂସ୍କରଣକୁ ଏପ୍ରିଲ୍ 15 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଆଇପିଏଲ ସ୍ଥଗିତ ହେବା ସହିତ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଭ୍ୟାସ ସେସନ ମଧ୍ୟ ଅଘୋଷିତ ସମୟ ପାଇଁ ବନ୍ଦ ରହିଛି । ତେଣୁ ରବିବାର ଘରକୁ ଫେରିଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।
ବନ୍ଦ ହେଲା ସିଏସକେର ଅଭ୍ୟାସ ସେସନ, ଘରକୁ ଫେରିଲେ ମାହି - COVID-19
ଆଇପିଏଲ ସ୍ଥଗିତ ହେବା ସହିତ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଅଭ୍ୟାସ ସେସନ ମଧ୍ୟ ଅଘୋଷିତ ସମୟ ପାଇଁ ବନ୍ଦ ରହିଛି । ତେଣୁ ରବିବାର ଘରକୁ ଫେରିଛନ୍ତି ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ।
ବନ୍ଦ ହେଲା ସିଏସକେର ଅଭ୍ୟାସ ସେସନ, ଘରକୁ ଫେରିଲେ ଥାଲା
ତେବେ ଧୋନିଙ୍କ ଘର ବାହୁଡା ପାଇଁ ସିଏସକେ ଟ୍ବିଟର ହ୍ୟାଣ୍ଡଲରେ ଏକ ଭିଡିଓ ପୋଷ୍ଟ କରିଛି । ଯେଉଁଥିରେ ଜଣେ ଫ୍ୟାନ୍ସଙ୍କ କହୁଥିବା କଥା ଉଲ୍ଲେଖ ରହିଛି । " ଏହା ତୁମର ଘର ହୋଇଗଲା ସାର୍! " ଟ୍ବିଟର କ୍ୟାପସନରେ ଲେଖିଛି ସିଏସକେ । ତେବେ ଭିଡିଓଟିରେ ପ୍ରଶଂସକଙ୍କ ଧୋନି କଥାବାର୍ତ୍ତା କରିବା ଓ ଅଟୋଗ୍ରାଫ ଦେବାରେ ନଜର ଆସିଛନ୍ତି ।
ତେବେ ଗତକାଲି(ଶନିବାର) ମୁମ୍ବାଇରେ ବିସିସିଆଇ ଏବଂ ଆଇପିଏଲ୍ ଟିମ୍ ମାଲିକ ମାନଙ୍କ ଏକ ବୈଠକ ବସିଥିଲା । ଯେଉଁଠି ଆଇପିଏଲର ଆଗାମୀ ଗତିବିଧି ନେଇ ଆଲୋଚନା ହୋଇଛି ।