ଓଡିଶା

odisha

ETV Bharat / sports

ଧୋନି ଭାରତର ଶ୍ରେଷ୍ଠ ୱିକେଟକିପର-ବ୍ୟାଟ୍ସମ୍ୟାନ: କାମରାନ ଆକମଲ - କାମ୍ରାନ ଆକମଲ

ଧୋନିଙ୍କର ଖୁବ ପ୍ରଶଂସା କଲେ ପାକିସ୍ତାନ ୱିକେଟ-କିପର ବ୍ୟାଟ୍ସମ୍ୟାନ କାମରାନ ଆକମଲ । କହିଲେ ଧୋନିଙ୍କ ପରି ଖେଳାଳି କ୍ରିକେଟକୁ ବହୁତ କମ ଆସନ୍ତି । ଅଧିକ ପଢ଼ନ୍ତୁ...

MS Dhoni is the best ever wicketkeeper-batsman, Dhoni is best wicketkeeper-batsman in the Indian team,  Kamran Akmal, ଧୋନି ଭାରତର ଶ୍ରେଷ୍ଠ ୱିକେଟକିପର- ବ୍ୟାଟ୍ସମ୍ୟାନ, କାମ୍ରାନ ଆକମଲ, ମହେନ୍ଦ୍ର ସିଂହ ଧୋନି
ଧୋନି ଭାରତର ଶ୍ରେଷ୍ଠ ୱିକେଟକିପର- ବ୍ୟାଟ୍ସମ୍ୟାନ: କାମ୍ରାନ ଆକମଲ

By

Published : Jul 19, 2020, 1:39 AM IST

ଲାହୋର: କ୍ରିକେଟର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏହି କଥା ଉପରେ ଖୁବ କମ ଲୋକ ବୋଧହୁଏ ଅରାଜି ହେବେ । ଦକ୍ଷିଣ ଆଫ୍ରିକାରେ ଟି-20 ବିଶ୍ବକପର ପ୍ରଥମ ସଂସ୍କରଣ ଜିତିବା ପରେ ରାଞ୍ଚିର ଏହି ଷ୍ଟାର ଆଉ ପଛକୁ ଫେରି ଚାହିଁ ନାହାନ୍ତି ।

ଟି-୨୦ ବିଶ୍ବକପ ବିଜୟ ପରେ ଧୋନି 2011 ମସିହାରେ ବିଶ୍ବକପ ଏବଂ 2013 ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ବିଜୟ ହାସଲ କରିଥିବା ଭାରତୀୟ ଟିମର ନେତୃତ୍ବ ନେଇଥିଲେ । କ୍ରୀଡା ଇତିହାସରେ ସେ ଏକମାତ୍ର ଅଧିନାୟକ ଯିଏକି ତିନିଟି ଆଇସିସି ଟ୍ରଫି ଜିତିଛନ୍ତି। ସୌରଭ ଗାଙ୍ଗୁଲିଙ୍କ ପରେ ଧୋନି ଭାରତୀୟ କ୍ରିକେଟର ବିକାଶରେ ବିଶେଷ ଭୂମିକା ଗ୍ରହଣ କରିଥିଲେ, ବିଶେଷ କରି ଟ୍ରଫି ଜିତିବା କ୍ଷେତ୍ରରେ।

ଅନେକ ଘଟଣା ଘଟିଛି ଯେତେବେଳେ ବିରୋଧୀ ଦଳ ଧୋନିଙ୍କ ଉପସ୍ଥିତ ବୁଦ୍ଧି ଏବଂ ଆଦର୍ଶ ବ୍ୟାଟିଂ ତଥା ୱିକେଟ କିପିଂ କୌଶଳକୁ ପ୍ରଶଂସା କରିଛନ୍ତି। ପାକିସ୍ତାନ ୱିକେଟ କିପର-ବ୍ୟାଟ୍ସମ୍ୟାନ୍ କାମ୍ରାନ ଆକମଲ ମଧ୍ୟ ଧୋନିଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଏହି ଖେଳର ଶ୍ରେଷ୍ଠ ଖେଳାଳି ଭାବରେ ନାମିତ କରିଛନ୍ତି। ଆକମଲ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ ଭାରତୀୟ ଅଧିନାୟକ ତାଙ୍କ କ୍ୟାରିୟରରେ କ୍ରମାଗତ ପ୍ରଦର୍ଶନ ପାଇଁ ଅନେକ ଶ୍ରେୟ ପାଇବାକୁ ଯୋଗ୍ୟ।

“ମୁଁ ଅନୁଭବ କରୁଛି ଯେ ସେ ହେଉଛନ୍ତି ଭାରତୀୟ ଦଳର ସର୍ବଶ୍ରେଷ୍ଠ ୱିକେଟ କିପର-ବ୍ୟାଟ୍ସମ୍ୟାନ ଯିଏ ଭାରତ ପାଇଁ ଅନେକ ସଫଳତା ହାସଲ କରିଛନ୍ତି, ଯାହା ଅବିଶ୍ବସନୀୟ। ଦିନିକିଆରେ 50ରୁ ଅଧିକ ଆଭରେଜ ରଖିବା ଏବଂ ମ୍ୟାଚ ବିଜୟୀ ଇନିଂସ ଖେଳିବା ପାଇଁ ସେ କ୍ରମାଗତ ଭାବରେ ପ୍ରଦର୍ଶନ କରିଛନ୍ତି,’’ ବୋଲି ଆକମଲ ୟୁଟ୍ୟୁବ୍ ସୋ କ୍ରିକଷ୍ଟରେ କହିଛନ୍ତି।

2006ରେ ପାକିସ୍ତାନରେ ଭାରତର ଦିନିକିଆ ସିରିଜ ବିଜୟକୁ ମଧ୍ୟ ଆକମଲ ମନେ ପକାଇଥିଲେ ଯେତେବେଳେ ଧୋନି ପ୍ରାୟ ସମସ୍ତ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଧୋନିଙ୍କ ସଫଳତା ଏବଂ ତିନୋଟି ପ୍ରମୁଖ ଟ୍ରଫି ଯାହା ତାଙ୍କ ଅଧିନାକତ୍ବରେ ଜିତାଇଥିଲେ ତାହା ମଧ୍ୟ ଅକମଲ ଦର୍ଶାଇଛନ୍ତି।

‘‘ପାକିସ୍ତାନରେ ସେ ଦିନିକିଆ ସିରିଜକୁ ଆମଠାରୁ କିପରି ଛଡ଼ାଇ ନେଇଥିଲେ ତାହା ଆମର ମନେ ଅଛି। କେନିଆରେ ସେ ପାକିସ୍ତାନ ଏ ବିପକ୍ଷରେ ଯେଉଁଭଳି ଭାବରେ ଆରମ୍ଭ କରିଥିଲେ, ସେ ଶେଷ ପର୍ଯ୍ୟନ୍ତ ତାହା କରିଥିଲେ।’’

ତେବେ ଆପଣ ଏମଏସ ଧୋନିଙ୍କୁ 50 ଓଭର ବିଶ୍ବକପ, ଟି-20 ବିଶ୍ବକପ, ଆଇପିଏଲ, ଚାମ୍ପିଅନ୍ସ ଟ୍ରଫି ପାଇଁ ଶ୍ରେୟ ଦେଇପାରିବେ - ମୁଁ ଅନୁଭବ କରୁଛି ଯେ ତାଙ୍କ ଅଧିନାୟକତ୍ବରେ ସମସ୍ତ ସଫଳତା ରହିଛି । ସେ ଜଣେ ଅବିଶ୍ବସନୀୟ ପ୍ରଦର୍ଶନକାରୀ, ମୁଁ କହିବି ଏମଏସ ଧୋନିଙ୍କ ପରି ଖେଳାଳି କ୍ରିକେଟକୁ ବହୁତ ଆସନ୍ତି,’’ ବୋଲି 53 ଟେଷ୍ଟ, 157 ଟି ଦିନିକିଆ ଏବଂ 58 ଟି-20 ରେ ପାକିସ୍ତାନ ପାଇଁ ଖେଳିଥିବା ଆକମଲ କହିଛନ୍ତି।

ଧୋନିଙ୍କ ବ୍ୟତୀତ ଅକମଲ ରୋହିତ ଶର୍ମାଙ୍କୁ ମଧ୍ୟ ପ୍ରଶଂସା କରିବା ସହ ଓପନରଙ୍କୁ ‘ଅବିଶ୍ବସନୀୟ’ ବ୍ୟାଟ୍ସମ୍ୟାନ କହିଥିଲେ। ୱିକେଟ କିପର-ବ୍ୟାଟ୍ସମ୍ୟାନ ରୋହିତଙ୍କ 2019 ବିଶ୍ବକପରେ ପାଞ୍ଚ ଶତତ କରି ରେକ୍ରଡ ଭାଙ୍ଗିଥିବା ପ୍ରଦର୍ଶନ ଉପରେ ଆଲୋକପାତ କରିଛନ୍ତି। ରୋହିତ ହେଉଛନ୍ତି ଏକମାତ୍ର ଖେଳାଳି ଯିଏକି ଦିନିକିଆରେ ତିନୋଟି ଦ୍ବିଶତକ ହାସଲ କରିଛନ୍ତି।

ABOUT THE AUTHOR

...view details