ଓଡିଶା

odisha

ETV Bharat / sports

ସବୁ ପିଢି ପାଇଁ ପ୍ରେରଣାର ଉତ୍ସ, ଧୋନି: ପୃଥୀ ଶ - ଧୋନିଙ୍କ 39 ତମ ଜନ୍ମଦିନ

ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଓ ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ । ଏହା କହିଛନ୍ତି ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ।

MS Dhoni inspiration to entire generation: Prithvi Shaw
ସବୁ ପିଢି ପାଇଁ ପ୍ରେରଣାର ଉତ୍ସ, ଧୋନି: ପୃଥୀ ଶ

By

Published : Jul 7, 2020, 6:43 PM IST

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନି ବର୍ତ୍ତମାନ ଓ ଆଗାମୀ ପିଢି ପାଇଁ ପ୍ରେରଣାର ଉତ୍ସ । ଏହା କହିଛନ୍ତି ଟିମ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ । ପୂର୍ବତନ କ୍ୟାପଟେନ ଧୋନି 39 ତମ ଜନ୍ମଦିନ ପାଳନ କରୁଛନ୍ତି । ଫଳରେ କ୍ରିକେଟର ଓ ଫ୍ୟାନ୍ସ ଧୋନିଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି ।

20 ବର୍ଷୀୟ ଯୁବ କ୍ରିକେଟର ପୃଥ୍ବୀ ଟିମ ଇଣ୍ଡିଆ ପକ୍ଷରୁ 4ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଧୋନିଙ୍କ ଠାରୁ ଅନେକ କିଛି ଶିଖିଥିବା ପାଇଥିବା ସେ କହିଛନ୍ତି।

ଧୋନିଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଛି । ଇଣ୍ଡିଆନ ପ୍ରିମିୟର ଲିଗ ଟିମ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ଧୋନିଙ୍କ ନେତୃତ୍ବରେ 3ଥର ଚମ୍ପିଆନ ରହିଛି । ମାର୍ଚ୍ଚ 29ରେ ଆଇପିଏଲ 2020 ଖେଳାଯିବା ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହି ମେଗା ଟୁର୍ଣ୍ଣାମେଣ୍ଟକୁ ବିସିସିଆଇ ପକ୍ଷରୁ ସ୍ଥଗିତ ରଖାଯାଇଛି ।

2019 କ୍ରିକେଟ ବିଶ୍ବକପ ସେମିଫାଇନାଲରେ ଶେଷ ଥର ପାଇଁ ଭାରତ ପକ୍ଷରୁ ଖେଳିଥିଲେ ଧୋନି ।

ABOUT THE AUTHOR

...view details