ରାଞ୍ଚି: ପଡି଼ଆରେ ତାଙ୍କୁ ସମସ୍ତେ କହନ୍ତି ସେ ଦୁନିଆର ସବୁଠାରୁ ଶାନ୍ତ ବ୍ୟକ୍ତି । କିନ୍ତୁ କେବଳ ପଡିଆରେ ନୁହେଁ ପଡି଼ଆ ବାହାରେ ନିଜ ପ୍ରତିଦିନ ଜୀବନରେ ମଧ୍ୟ ଧୋନି ବେଶ ଶାନ୍ତ । ତେଣୁ କରି ତ ସେ ଆଜିବି ସଭିଙ୍କ ପାଇଁ ‘କ୍ୟାପ୍ଟେନ କୁଲ’ ।
ଯେତେବେଳେ ସମ୍ପୂର୍ଣ୍ଣ କ୍ରିକେଟ ଜଗତ ଅନୁମାନ କରୁଛି ଧୋନି ନିଜ ଭବିଷ୍ୟତ ନେଇ କଣ ନିଷ୍ପତ୍ତି ନେବେ, ସେ ଆଗକୁ ଖେଳିବା ଜାରି ରଖିବେ ନା ଅଲବିଦା କହିବେ କ୍ରିକେଟକୁ । ସେତେବେଳେ ରାଞ୍ଚିର ରାଜକୁମାର କିନ୍ତୁ ବ୍ୟସ୍ତ ଅଛନ୍ତି, ନିଜ ବାଇକ, ରାଞ୍ଚି ରାଜରାସ୍ତା ଓ ନିଜ ବନ୍ଧୁଙ୍କ ଗହଣରେ।
ଗତ ଶନିବାର, ଧୋନିଙ୍କୁ ନିଜ ପିଲାଦିନର ସାଙ୍ଗ ସିମନ୍ତ ଲୋହାନୀଙ୍କ ଜନ୍ମଦିନ ତାଙ୍କ କୈଲାଶପତି ସ୍ଥିତ ଫାର୍ମହାଉସରେ ପାଳନ କରୁଥିବାର ଦେଖାଯାଇଥିଲା । ଏହି ସେଲିବ୍ରେସନରେ ତାଙ୍କର ସମସ୍ତ ପିଲାଦିନର ବନ୍ଧୁ ଉପସ୍ଥିତ ରହିଥିଲେ ଓ ଏହାକୁ ଅଧିକ ସ୍ମରଣୀୟ କରି ଦେଇଥିଲେ।