ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ସ୍ପିଡଷ୍ଟାର ମୋହିତ ଶର୍ମାଙ୍କ ବଡ ବୟାନ । ଦଳର କଠିନ ସମୟରେ ସେ ସର୍ବଦା ସାମ୍ନାରେ ରହିଥାନ୍ତି ।
ବିଜୟରେ ପଛରେ, ପରାଜୟରେ ସାମ୍ନାରେ ରୁହନ୍ତି ଧୋନି: ମୋହିତ ଶର୍ମା - MS Dhoni when team losesକ୍ୟାପଟେନ ମହେନ୍ଦ୍ର ସିଂହ ଧୋନି
ଦଳ ବିଜୟୀ ହୁଏ, ସେତେବେଳେ ସେ ପଛରେ ରୁହନ୍ତି । ମାତ୍ର ପରାଜୟର ବେଳେ ସାମ୍ନାକୁ ଆସି ଶ୍ରେୟ ନିଜ ନେଇଥାନ୍ତି । ଯାହାକି ଜଣେ ପକୃତ ନେତୃତ୍ବ ନେଉଥିବା ବ୍ୟକ୍ତି ହିଁ କରିପାରେ । ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ସ୍ପିଡଷ୍ଟାର ମୋହିତ ଶର୍ମା ।

ବିଜୟରେ ପଛରେ, ପରାଜୟରେ ସାମ୍ନାରେ ରହିଥାନ୍ତି ଧୋନି: ମୋହିତ ଶର୍ମା
ଯେବେ ଦଳ ବିଜୟୀ ହୁଏ, ସେତେବେଳେ ସେ ପଛରେ ରୁହନ୍ତି । ମାତ୍ର ପରାଜୟର ବେଳେ ସାମ୍ନାକୁ ଆସି ଶ୍ରେୟ ନିଜ ନେଇଥାନ୍ତି । ଯାହାକି ଜଣେ ପକୃତ ନେତୃତ୍ବ ନେଉଥିବା ବ୍ୟକ୍ତି ହିଁ କରିପାରେ ବୋଲି କହିଛନ୍ତି ମୋହିତ ଶର୍ମା ।
31 ବର୍ଷିୟ ମୋହିତ ଧୋନିଙ୍କ ନେତୃତ୍ବରେ ଆଇପିଏଲ ଟିମ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରମୁଖ ସଦସ୍ୟ ରହିଛନ୍ତି । ତେବେ ଚଳିତ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥାନ୍ତେ ମୋହିତ ଶର୍ମା । ମାତ୍ର କୋରୋନା ଭାଇରସ ଲକାଡାଉନ କାରଣରୁ ଆଇପିଏଲକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବିସିସିଆଇ ପକ୍ଷରୁ ବାତିଲ କରାଯାଇଛି ।
Last Updated : Apr 26, 2020, 4:01 PM IST