ଓଡିଶା

odisha

ETV Bharat / sports

ମୟୂରଭଞ୍ଜ ପ୍ରିମିୟମ ଲିଗର ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ - ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି

ମୟୂରଭଞ୍ଜ ପ୍ରିମିୟମ ଲିଗର ସେମି ଫାଇନାଲ ମ୍ୟାଚକୁ ଶୁଭାରମ୍ଭ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି। ଅଧିକ ପଢନ୍ତୁ...

mpl semifinal round inaugurated by revenue minister Sudam Marndi
ମୟୂରଭଞ୍ଜ ପ୍ରିମିୟମ ଲିଗର ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ

By

Published : Feb 21, 2021, 9:59 PM IST

Updated : Feb 21, 2021, 10:32 PM IST

ବାରିପଦା: ବିଜୁ ଜନତା ଦଳର ପକ୍ଷରୁ ଆୟୋଜିତ କ୍ରୀଡା ଟୁର୍ଣ୍ଣାମେଣ୍ଟ ପାଇଁ ଚଳଚଞ୍ଚଳ ମୟୂରଭଞ୍ଜ । ମୟୂରଭଞ୍ଜ ପ୍ରିମିୟମ ଲିଗର ସେମି ଫାଇନାଲ ମ୍ୟାଚକୁ ଶୁଭାରମ୍ଭ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି।

ମୟୂରଭଞ୍ଜ ପ୍ରିମିୟମ ଲିଗର ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ

ଗାଁ ଠାରୁ ସହର ସବୁଠି ଏବେ କ୍ରିକେଟ ଓ ଫୁଟବଲ ଫିଭର । ବ୍ଲକ ସ୍ତରରେ ଲିଗ ମ୍ୟାଚ ଶେଷ ହେବା ପରେ ରବିବାର ଠାରୁ ବାରିପଦା ଷ୍ଟାଡିୟମରେ ଦ୍ବିତୀୟ ପର୍ଯ୍ୟାୟ ଲିଗ୍‌ର ଶୁଭ ଉଦ୍‌ଘାଟିତ ହୋଇଛି ।

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ କରି ଯୁବ ପ୍ରତିଭା ଅନ୍ବେଷଣ ପାଇଁ ଆୟୋଜିତ ହେଉଛି। ମୟୂରଭଞ୍ଜ ପ୍ରିମିୟର ଲିଗ୍ ନାମରେ କ୍ରିକେଟ ଓ ଫୁଟବଲ ପ୍ରତିଯୋଗିତା ଆୟୋଜନ ହୋଇଛି । ଗାଁ ରୁ ସହର ପର୍ଯ୍ୟନ୍ତ ଯୁବ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏହା ଅଭିନବ ପ୍ରୟାସ ।

ଜିଲ୍ଲାର ୨୬ ଟି ବ୍ଲକର ବିଜେତା ଦଳ ମଧ୍ୟରେ ଅନୁଷ୍ଠିତ ହେଉଛି ଦ୍ବିତୀୟ ପର୍ଯ୍ୟାୟ ଲିଗ୍ । ଆସନ୍ତା ମାର୍ଚ୍ଚ ମାସ ୭ ତାରିଖ ଫାଇନାଲ ଖେଳ ବାରିପଦା ଠାରେ ଅନୁଷ୍ଠିତ ହେବ । ବିଜେତା ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବାକୁ ଥିବା ବେଳେ ରନର୍ସଅପ ଦଳକୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ତେବେ ଏହି ମୟୂରଭଞ୍ଜ ପ୍ରିମିୟର ଲିଗକୁ ନେଇ ଜିଲ୍ଲାର ଯୁବପିଢିଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Feb 21, 2021, 10:32 PM IST

ABOUT THE AUTHOR

...view details