ନୂଆଦିଲ୍ଲୀ: ଫାଣ୍ଟାସି ଗେମିଂ ପ୍ଲାର୍ଟଫର୍ମ ମୋବାଇଲ ପ୍ରିମିୟର ଲିଗ (MPL) ଭାରତୀୟ କ୍ରିକେଟ ଟିମର ନୂଆ (ପୋଷାକ) ପ୍ରାୟୋଜକ ହୋଇଛି । 3 ବର୍ଷ ପାଇଁ ଏହି ଚୁକ୍ତି ହାତେଇଛି ଏମପିଏଲ । ଏନେଇ ବିସିସିଆଇ ପକ୍ଷରୁ ସୋମବାର ଘୋଷଣା କରାଯାଇଛି ।
ବିସିସିଆଇ ଏମପିଏଲ ସହ ଏହି ହାଇପ୍ରୋଫାଇଲ ଚୁକ୍ତି କରିଥିବା ଆପେକ୍ସ କାଉନସିଲର ଜଣେ ସଦସ୍ୟ ସ୍ପଷ୍ଟ କରିଛନ୍ତି । ଏଥିସହ ନାଇକର ସ୍ଥାନ ନେଇଛି ଫାଣ୍ଟାସି ଗେମିଂ ପ୍ଲାର୍ଟଫର୍ମ ମୋବାଇଲ ପ୍ରିମିୟର ଲିଗ ।
ଭାରତୀୟ ସିନିୟର ପୁରୁଷ ଓ ଟିମ, ଇଣ୍ଡିଆ -ଏ, ଓ 19 ବର୍ଷରୁ କମ ଟିମ ପାଇଁ ଏହି ଚୁକ୍ତି ହୋଇଛି । ପ୍ରତି ମ୍ୟାଚ ପାଇଁ 65 ଲକ୍ଷ ଟଙ୍କା ଦେବାକୁ ସ୍ଥିର ହୋଇଛି । ପୂର୍ବରୁ ନାଇକ୍ 88 ଲକ୍ଷ ଟଙ୍କା ଦେଉଥିଲା ।