ହାଇଦ୍ରାବାଦ: 600 ଟେଷ୍ଟ ୱିକେଟ ହାସଲ ପରେ ଜେମ୍ସ ଆଣ୍ଡରସନଙ୍କୁ ପୂର୍ବତନ ଇଂଲଣ୍ଡ ସ୍ପିନର ମୋଣ୍ଟି ପନିସରଙ୍କ ପ୍ରଶଂସା । ପନିସର କହିଛନ୍ତି 38 ବର୍ଷୀୟ ଆଣ୍ଡରସନ କ୍ରିକେଟ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ଦ୍ରୁତ ବୋଲର ।
ଆଣ୍ଡରସନ ଆହତ ସମସ୍ୟାରୁ ଦୂରରେ ରହିବା ସହ, ୱିକେଟ ହାସଲ ଶିକାର ପାଇଁ ସର୍ବଦା ଭୋକରେ ଥାଆନ୍ତି ବୋଲି କହିଛନ୍ତି ପନିସର । ପ୍ରତିପକ୍ଷ ଟିମର ୱିକେଟ ହାସଲ କରିବାକୁ ଆକ୍ରମଣାତ୍ମକ ମନୋଭାବ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରେଷ୍ଠ କରିଛି ।