ଓଡିଶା

odisha

ETV Bharat / sports

ସାମିଙ୍କ ସ୍ମୃତି: ଆଜିର ଦିନରେ ବିଶ୍ବକପରେ ନେଇଥିଲେ ପ୍ରଥମ ହ୍ୟାଟ୍ରିକ ୱିକେଟ

2019 ବିଶ୍ବକପ ମ୍ୟାଚରେ ଆଜିର ଦିନରେ ମହମ୍ମଦ ସାମି ଆଫଗାନିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ । ତେବେ ବିଶ୍ବକପରେ ହ୍ୟାଟ୍ରିକ ଓ୍ବିକେଟ ନେଇଥିବା 2ୟ ଭାରତୀୟ ବୋଲର ଭାବେ କୀର୍ତ୍ତିମାନ ହାସଲ କରିଛନ୍ତି ସାମି ।

By

Published : Jun 22, 2020, 2:40 PM IST

ସାମିଙ୍କ ସ୍ମୃତି: ଆଜିର ଦିନରେ ବିଶ୍ବକପରେ ନେଇଥିଲେ ପ୍ରଥମ ହ୍ୟାଟ୍ରିକ
ସାମିଙ୍କ ସ୍ମୃତି: ଆଜିର ଦିନରେ ବିଶ୍ବକପରେ ନେଇଥିଲେ ପ୍ରଥମ ହ୍ୟାଟ୍ରିକ

ହାଇଦ୍ରାବାଦ: ଟିମ ଇଣ୍ଡିଆର ବୋଲର ମହମ୍ମଦ ସାମି ଆଜିର ଦିନରେ ନେଇଥିଲେ ହ୍ୟାଟ୍ରିକ ଓ୍ବିକେଟ । 22ଜୁନ 2019, ବିଶ୍ବକପ ମ୍ୟାଚରେ ସାମି ଆଫଗାନିସ୍ତାନ ବିପକ୍ଷରେ ଏହି ରେକର୍ଡ ହାସଲ କରିଥିଲେ । ତେବେ ବିଶ୍ବକପରେ ହ୍ୟାଟ୍ରିକ ଓ୍ବିକେଟ ନେଇଥିବା 2ୟ ଭାରତୀୟ ବୋଲର ଭାବେ କୀର୍ତ୍ତିମାନ ହାସଲ କରିଥିଲେ ମହମ୍ମଦ ସାମି ।

ପ୍ରଥମ କରି 1987 ବିଶ୍ବକପରେ ଚେତନ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷରେ ହ୍ୟାଟ୍ରିକ ହାସଲ କରିଥିଲେ ।

ତେବେ ସାମିଙ୍କ କ୍ୟାରିଅରରେ ଏହା ଥିଲା ପ୍ରଥମ ହ୍ୟାଟ୍ରିକ । ବିଶ୍ବକପରେ ହ୍ୟାଟ୍ରିକ ଓ୍ବିକେଟ ନେଇଥିବା 9ମ ଖେଳାଳି ହେଉଛନ୍ତି ମହମ୍ମଦ ସାମି ।

ସୂଚନାଥାଉକି, ବିଶ୍ବକପରେ ଏଯାବତ୍‌ ମୋଟ 11ଟି ହ୍ୟାଟ୍ରିକର ରେକର୍ଡ ରହିଛି । ସେଥିମଧ୍ୟରୁ 2ଟି ହ୍ୟାଟ୍ରିକ ଶ୍ରୀଲଙ୍କାର ଲସିଥ ମଲିଙ୍ଗାଙ୍କ ନାଁରେ ରହିଛି । ଏପରି କୀର୍ତ୍ତିମାନ ହାସଲ କରିଥିବା ଏକମାତ୍ର ଖେଳାଳି ମଲିଙ୍ଗା ।

ABOUT THE AUTHOR

...view details