କାବୁଲ: ଆହାତ ହୋଇ ବିଶ୍ବକପରୁ ବାଦ୍ ପଡିଥିବା ଆଫଗାନିସ୍ତାନ ୱିକେଟକିପର ବ୍ୟାଟ୍ସମ୍ୟାନ ମହମ୍ମଦ ଶାହଜାଦଙ୍କ କଣ୍ଟ୍ରାକ୍ଟ (ଚୁକ୍ତି) ଅନିର୍ଦ୍ଧିଷ୍ଟ କାଳ ପାଇଁ ରଦ୍ଦ କରିଛି ଆଫଗାନ କ୍ରିକେଟ ବୋର୍ଡ । ବୋର୍ଡର କୋଡ ଅଫ କଣ୍ଡକ୍ଟ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ଚୁକ୍ତି ରଦ୍ଦ କରାଯାଇଥିବା ଏସିବି (ଆଫଗାନ କ୍ରିକେଟ ବୋର୍ଡ) ସୂଚନା ଦେଇଛି ।
ବୋର୍ଡର ଏକ ପ୍ରେସ ରିଲିଜ ଅନୁସାରେ, ମହମ୍ମଦ ବୋର୍ଡ ପଲିସି ବିରୁଦ୍ଧରେ ଯାଇ ଦେଶ ବାହାରକୁ ଯାତ୍ର କରିଛନ୍ତି । ବୋର୍ଡ ପଲିସି ଅନୁସାରେ ଦଳର କୌଣସି ଖେଳାଳି ବିଦେଶ ଯାତ୍ରା କରିବା ପୂର୍ବରୁ ବୋର୍ଡର ଅନୁମତି ନେଇଥାନ୍ତି । ମାତ୍ର ଏହା ମହମ୍ମଦ କରିନଥିବା ବୋର୍ଡ ଅଭିଯୋଗ କରିଛି । ସେହିପରି ବୋର୍ଡ କହିଛି ଜୁଲାଇ 20 ଓ 25 ତାରିଖରେ ହୋଇଥିବା ବୋର୍ଡ ବୈଠକରେ ସେ ଯୋଗ ଦେଇନଥିଲେ ।