ଲାହୋର: ପାକିସ୍ତାନୀ ବୋଲର ମହମ୍ମଦ ଇରଫାନ ଜୀବିତ । ତାଙ୍କ ମୃତ୍ୟୁର ଗୁଜବ ଖବରକୁ ଖଣ୍ଡନ କରିଛନ୍ତି ଇରଫାନ । ଏଥିସହିତ ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।
'ସଂପୂର୍ଣ୍ଣ ସୁସ୍ଥ ଅଛି', ମୃତ୍ୟୁ ଖବର ମିଥ୍ୟା: ମହମ୍ମଦ ଇରଫାନ - Mohammad Irfan fine
ସୋସିଆଲ ମିଡିଆରେ ଇରଫାନଙ୍କ ମୃତ୍ୟୁର ଗୁଜବ ଖବର ଭାଇରାଲ ହୋଇଥିଲା। ଗୁଜବରେ ସେ ଏକ ବଡଧରଣର କାର ଦୁର୍ଘଟଣାର ଶିକାର ହୋଇଥିବା ପ୍ରଚାରିତ ହୋଇଥିଲା ।
!['ସଂପୂର୍ଣ୍ଣ ସୁସ୍ଥ ଅଛି', ମୃତ୍ୟୁ ଖବର ମିଥ୍ୟା: ମହମ୍ମଦ ଇରଫାନ Mohammad Irfan says he's 'fine' rumours of death on social media](https://etvbharatimages.akamaized.net/etvbharat/prod-images/768-512-7724188-611-7724188-1592830780167.jpg)
ସଂପୂର୍ଣ୍ଣ ସୁସ୍ଥ ଅଛି, ମୃତ୍ୟୁ ଖବର ମିଥ୍ୟା:ମହମ୍ମଦ ଇରଫାନ
ସୋସିଆଲ ମିଡିଆରେ ଇରଫାନଙ୍କ ମୃତ୍ୟୁର ଗୁଜବ ଖବର ଭାଇରାଲ ହୋଇଥିଲା। ଗୁଜବରେ ସେ ଏକ ବଡଧରଣର କାର ଦୁର୍ଘଟଣାର ଶିକାର ହୋଇଥିବା ପ୍ରଚାରିତ ହୋଇଥିଲା ।
କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମିଛ ଖବର ଓ ଗୁଜବକୁ ପ୍ରଚାର କରିଥିଲେ । ଏହି ଖବର ପରିବାର, ସଂପର୍କୀୟ ଓ ପ୍ରଶଂସକଙ୍କ ନିକଟରେ ପହଞ୍ଚିବା ପରେ, ଅନେକ ଫୋନ କଲ ଆସିଥିଲା ବୋଲି ଇରଫାନ କହିଛନ୍ତି । ଏଥିସହିତ ତାଙ୍କର କୌଣସି ଦୁର୍ଘଟଣା ହୋଇନାହିଁ । ସେ ସଂପୂର୍ଣ୍ଣ ଠିକ ଅଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।