ଲାହୋର: ଇଂଲଣ୍ଡ ଗସ୍ତରେ ଥିବା ପାକିସ୍ତାନ ଟିମରେ ସାମିଲ ହେବେ ସ୍ପିଡଷ୍ଟାର ମହମ୍ମଦ ଆମିର । ଗତ ସପ୍ତାହରେ ଦ୍ବିତୀୟ କନ୍ୟା ସନ୍ତାନର ପିତା ହୋଇଛନ୍ତି ଆମିର । ସେଥିପାଇଁ ଇଂଲଣ୍ଡ ଗସ୍ତରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଥିଲେ ।
ମାତ୍ର ଇଂଲଣ୍ଡ ବିପକ୍ଷ ଆଗାମୀ ସିରିଜ ପାଇଁ ପାକିସ୍ତାନ ଟିମ ସହ ଯୋଗ ଦେବେ ବୋଲି ଜଣାପଡିଛି । ଅନ୍ୟତମ ଖେଳାଳି ମହମ୍ମଦ ଇମରାନ ମଧ୍ୟ ଟିମରେ ସାମିଲ ହେବେ । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ(PCB) ପକ୍ଷରୁ ସୂଚନା ମିଳିଛି ।