ମାଞ୍ଚେଷ୍ଟର: ପରାଜୟ ପରେ ଟ୍ବିଟରେ ଟିମ ଇଣ୍ଡିଆକୁ ଆଶ୍ବସନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ହାରିବା ଜିତିବା ଜୀବନର ଏକ ଅଂଶ । ପିଏମ ମୋଦି ଟ୍ଵିଟ୍ କରିଛନ୍ତି ଯେ, ଭାରତ ପୁରା ଟୂର୍ଣ୍ଣାମେଣ୍ଟରେ ଭଲ ବ୍ୟାଟିଂ କରିଛି, ବୋଲିଂ କରିଛି, ଫିଲ୍ଡିଂ କରିଛି, ଯାହାକୁ ନେଇ ଆମେ ବହୁତ ଗର୍ବିତ । ବିଜୟ ଓ ପରାଜୟ ଜୀବନର ଏକ ଅଂଶ । ଦଳକୁ ନିଜ ଭବିଷ୍ୟତର ପ୍ରୟାସ ପାଇଁ ଶୁଭକାମନା ଦେଲେ ପିଏମ ।
ବିଶ୍ବକପ: ଟିମ ଇଣ୍ଡିଆକୁ ମୋଦିଙ୍କ ଆଶ୍ବସନା - world cup
ପରାଜୟ ପରେ ଟ୍ବିଟରେ ଟିମ ଇଣ୍ଡିଆକୁ ଆଶ୍ବସନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ହାରିବା ଜିତିବା ଜୀବନର ଏକ ଅଂଶ ।

ଫଟୋ ସୈଜନ୍ୟ- ସୋସିଆଲ ମିଡିଆ
ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲେଖିଛନ୍ତି, ଆଜିର ରାତି କୋଟି କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗିଛି । ମାତ୍ର ଭାରତୀୟ ଦଳ ବହୁତ ଭଲ ପ୍ରୟାସ କରିଛି । ଆମର ଭଲ ପାଇବା ତୁମମାନଙ୍କ ସାଥିରେ ରହିଛି । ଏଥିସହିତ ରାହୁଲ ନ୍ୟୁଜିଲାଣ୍ଡକୁ ବିଜୟର ଶୁଭକାମନା ଜଣାଇଛନ୍ତି ।
ଉଲ୍ଲେଖଥାଉ ବୁଧବାର ପ୍ରଥମ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ 18ରନରେ ପରାସ୍ତ ହୋଇଛି ଭାରତୀୟ ଦଳ । ଏହି ପରାଜୟ ସହ ଦଳର ବିଶ୍ବକପ ଫାଇନାଲ ଖେଳିବା ସ୍ବପ୍ନ ଅଧାରେ ରହିଯାଇଛି ।
Last Updated : Jul 10, 2019, 11:59 PM IST