ଓଡିଶା

odisha

ଆଇସିସି ଦିନିକିଆ ମାନ୍ୟତା: ମିତାଲି ସ୍ଥିର, ଖସିଲେ ମାନ୍ଧାନା

By

Published : Mar 9, 2021, 7:34 PM IST

ସଦ୍ୟ ପ୍ରକାଶିତ ଆଇସିସି ମହିଳା ଦିନିକିଆ ମାନ୍ୟତାରେ ଭାରତୀୟ କ୍ୟାପଟେନ ମିତାଲି ରାଜ ନିଜର ପୂର୍ବ ମାନ୍ୟତା 9ମ ସ୍ଥାନ ବଜାୟ ରଖିଛନ୍ତି । ଅଧିକ ପଢନ୍ତୁ...

Mithali Raj stable, Mandhana drops one slot in ODI rankings
ଆଇସିସି ଦିନିକିଆ ମାନ୍ୟତା: ମିତାଲି ସ୍ଥିର, ଖସିଲେ ମାନ୍ଧାନା

ଦୁବାଇ: ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ କ୍ୟାପଟେନ ମିତାଲି ରାଜ ନିଜର ପୂର୍ବ ମାନ୍ୟତା 9ମ ସ୍ଥାନ ବଜାୟ ରଖିଛନ୍ତି । ଅନ୍ୟପଟେ ଓପନର ସ୍ମୃତି ମାନ୍ଧାନା ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମରେ ପହଞ୍ଚିଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଦମଦାର ଅର୍ଦ୍ଧଶତକୀୟ ଇଂନିସ ପରେ ମିତାଲି 4ପଏଣ୍ଟ ହାସଲ କରିଛନ୍ତି । ଏଥିସହ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏଲିସ ପେରୀଙ୍କ ସହ ଯୁଗ୍ମଭାବେ 9ମ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ପ୍ରଥମ ଦିନିକିଆରେ 40 ରନର ଇଂନିସ ପରେ, ଭାରତୀୟ ଭାଇସ-କ୍ୟାପଟେନ ହରମନପ୍ରୀତ କୌର ଗୋଟିଏ ସ୍ଥାନ ଉପରକୁ ଉଠି 17 ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details