ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମର ମୁଖ୍ୟକୋଚ ଦୌଡରେ ରହିଥିଲେ ନ୍ୟୁଜିଲାଣ୍ଡର ପୂର୍ବତନ ମୁଖ୍ୟକୋଚ ମାଇକ ହେସନ । ତେବେ ତାଙ୍କ ନାଁରେ ଶୁଣିବାକୁ ମିଳିଥିଲା ପାକ୍ର ମୁଖ୍ୟକୋଚ ହେବା ପାଇଁ ଆବେଦନ ପତ୍ର ଦାଖଲ କରିଥିଲେ । କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ହେସନ ।
'ପାକ୍ ମୁଖ୍ୟକୋଚ ପଦବୀ ପାଇଁ ଆବେଦନ କରି ନାହିଁ' - ପାକ୍ ମୁଖ୍ୟକୋଚ
ନ୍ୟୁଜିଲାଣ୍ଡର ପୂର୍ବତନ ମୁଖ୍ୟକୋଚ ମାଇକ ହେସନ ପାକିସ୍ତାନର ମୁଖ୍ୟକୋଚ ପଦବୀ ପାଇଁ ଆବେଦନ କରିଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହି ଖବର ମିଥ୍ୟା ବୋଲି ମାଇକ ହେସନ ଟ୍ବିଟ କରିଛନ୍ତି ।
!['ପାକ୍ ମୁଖ୍ୟକୋଚ ପଦବୀ ପାଇଁ ଆବେଦନ କରି ନାହିଁ'](https://etvbharatimages.akamaized.net/etvbharat/prod-images/768-512-4208687-454-4208687-1566465841437.jpg)
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ମାଇକ ହେସନ ପାକିସ୍ତାନର ମୁଖ୍ୟକୋଚ ପଦବୀକୁ ନେଇ ନିଟର ଟ୍ବିଟରରେ ପୋଷ୍ଟ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ମୋ ନାଁରେ ଉଠୁଥିବା ଖବରକୁ ସ୍ପଷ୍ଟ କରିବାକୁ ଚାହେଁ, ମୁଁ ପାକିସ୍ତାନର ମୁଖ୍ୟକୋଚ ପାଇଁ ଆବେଦନ କରି ନାହିଁ ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଏହି ପଦ ଯିଏ ସମ୍ଭାଳିବ ସେ ବହୁତ ପ୍ରତିଭାଶାଳୀ ହୋଇଥିବେ ।