ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରେ ମହେନ୍ଦ୍ର ସିଂ ଧୋନିଙ୍କ ସଫଳ କ୍ୟାରିୟର ପାଇଁ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ମାଇକେଲ ହୋଲ୍ଡିଂ ଶୁଭେଚ୍ଛା ଜଣାଇଛନ୍ତି ।
ଧୋନି 15 ଅଗଷ୍ଟ ସନ୍ଧ୍ୟାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି । ଧୋନିଙ୍କୁ ନେତୃତ୍ବରେ ଭାରତୀୟ ଟିମ ଆଇସିସିର 3ଟି ଟୁର୍ଣ୍ଣାମେଣ୍ଟ, ଟି-20 ବିଶ୍ବକପ, ଦିନିକିଆ ବିଶ୍ବକପ ଓ ଚମ୍ପିଆନ୍ସ ଟ୍ରଫି ବିଜେତା ହୋଇଛି ।
"ଧୋନି ଅଧିନାୟକତ୍ବ ସମୟରେ କଦାପି ଉତ୍ସାହିତ ହେବାର ଦେଖାଯାଇନାହିଁ । ଯେବେ କଠିନ ପରିସ୍ଥିତି ଉପୁଜୁଥିଲା, ସେବେ ଧୋନି ପାଖକୁ ଡାକି ଧୀରସ୍ବରରେ କଥା ହେଉଥିଲେ । ପରେ ସ୍ଥିତି ଧୋନି ଚାହୁଥିବା ଅନୁସାରେ ବଦଳିଯାଉଥିଲା ।" ଏହା କହିଛନ୍ତି ହୋଲ୍ଡିଂ ।