ଦୁବାଇ: ଚଳିତ ସଂସ୍କରଣର 36ତମ ମ୍ୟାଚରେ ପଞ୍ଜାବ ବିପକ୍ଷରେ ମୁମ୍ବାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।ରୋହିତଙ୍କ ମୁମ୍ବାଇ ଦଳରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
ସେହିପରି କେଏଲ ରାହୁଲଙ୍କ କିଙ୍ଗ୍ସ ଏକାଦଶ ପଞ୍ଜାବ ଟିମରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଲିଗ୍ରେ ଉଭୟଙ୍କ ଏହା ନବମ ମ୍ୟାଚ ।
ପଏଣ୍ଟ ଟେବୁଲରେ ମୁମ୍ବାଇ 2ୟ ସ୍ଥାନରେ ଥିବାବେଳେ ପଞ୍ଜାବ ଅନ୍ତିମ ସ୍ଥାନରେ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ(ଚୁଡାନ୍ତ ଏକାଦଶ ): ରୋହିତ ଶର୍ମା(କ୍ୟାପଟେନ), କ୍ବିଣ୍ଟନ ଡି କକ(ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ନାଥନ କୁଲଟର-ନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ।
କିଙ୍ଗ୍ସ ଇଲେଭେନ ପଞ୍ଜାବ ଚୂଡାନ୍ତ ଏକାଦଶ: କ୍ରିସ ଗେଲ, କେଏଲ ରାହୁଲ(କ୍ୟାପଟେନ/ୱିକେଟକିପର), ମୟଙ୍କ ଅଗ୍ରୱାଲ, ନିକୋଲାସ ପୁରୋନ, ଗ୍ଳେନ ମାକ୍ସୱେଲ, ଦୀପକ ହୁଡ୍ଡା, କ୍ରିସ ଜୋର୍ଡାନ, ମୁରୁଗାଁ ଅଶ୍ବିନୀ, ମହମ୍ମଦ ସାମି, ରବି ବିଷ୍ଣୋଇ, ଆର୍ଶଦୀପ ସିଂ