ସିଡନି: ଅଷ୍ଟ୍ରେଲିଆ A ପକ୍ଷରୁ ଲଢିଲେ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଲେକ୍ସ କ୍ୟାରୀ ଓ ଜାକ ୱିଲଡରମୁଥ । ଭାରତ ବିପକ୍ଷ ଦିବାରାତ୍ର ଟେଷ୍ଟର ଶେଷଦିନର ରାତ୍ରଭୋଜନ ବିରତି ସୁଦ୍ଧା ଘରୋଇ ଦଳର ସ୍କୋର 200/4 ରହିଛି । ମେକଡରମଟ ଓ ଜାକ ଲିୱଡରମୁଥ ଯଥାକ୍ରମେ 82 ଓ 36 ରନରେ ଅପରାଜିତ ଅଛନ୍ତି ।
ଅଷ୍ଟ୍ରେଲିଆ A ସାମ୍ନାରେ 473 ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଭାରତ । 3ୟ ଦିନର ଦ୍ବିତୀୟ ସେସନରୁ 89/3ରୁ ଖେଳ ଆରମ୍ଭ କରିଥିଲେ କ୍ୟାରୀ ଓ ମେକଡରମଟ । 4ର୍ଥ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ 117 ରନର ଭାଗିଦାରୀ ହୋଇଥିଲା । ଉଭୟ ବ୍ୟାଟ୍ସମ୍ୟାନ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ମାତ୍ର 58 ରନରେ ବ୍ୟାଟିଂ କରୁଥିବା ସମୟରେ କ୍ୟାରୀ ହନୁମା ବିହାରୀଙ୍କ ଶିକାର ହୋଇଥିଲେ । ଫଳରେ ଅଷ୍ଟ୍ରେଲିଆ A ର ସ୍କୋର 142/4 ହୋଇଥିଲା ।
ପରେ ୱିଲଡରମୁଥ, ମେକଡରମଟଙ୍କ ସହ ମିଶି ଶେଷ ଦିନର ଦ୍ବିତୀୟ ସେସନରେ କୌଣସି ୱିକେଟ ହରାଇବାକୁ ଦେଇନଥିଲେ ।