ଓଡିଶା

odisha

By

Published : May 26, 2020, 10:28 AM IST

ETV Bharat / sports

କର୍ଣ୍ଣାଟକରେ କୋହଳ କୋରୋନା କଟକଣା: ଅଭ୍ୟାସକୁ ଫେରିଲେ ମୟଙ୍କ ଅଗ୍ରୱାଲ

ଅଭ୍ୟାସକୁ ଫେରିଲେ ଟିମ ଇଣ୍ଡିଆର ଟେଷ୍ଟ ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ । ଏହାପରେ କୋଚ ଆର ଏକ୍ସ ମୁରଲୀଙ୍କ ସହ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ମୟଙ୍କ।

Mayank Agarwal resumes training with RX Murali
କର୍ଣ୍ଣାଟକରେ କୋରୋନା କଟକଣା କୋହଳ: ଅଭ୍ୟାସକୁ ଫେରିଲେ ମୟଙ୍କ ଅଗ୍ରୱାଲ

ବେଙ୍ଗାଲୁରୁ: ଅଭ୍ୟାସକୁ ଫେରିଲେ ଟିମ ଇଣ୍ଡିଆର ଟେଷ୍ଟ ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ । କୋରୋନା କଟକଣା ସାମାନ୍ୟ କୋହଳ କରିଛନ୍ତି କର୍ଣ୍ଣାଟକ ସରକାର । ଆଥଲେଟଙ୍କ ଅଭ୍ୟାସ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହାପରେ କୋଚ ଆର ଏକ୍ସ ମୁରଲୀଙ୍କ ସହ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ମୟଙ୍କ।

ତେବେ କର୍ଣ୍ଣାଟକ ସରକାର ସୁଇମିଂ, କବାଡି ଓ ବକ୍ସିଂ ଭଳି ଖେଳ ଆରମ୍ଭ ନେଇ ଅନୁମତି ପ୍ରଦାନ କରିନାହାନ୍ତି ।

ଏକାଡେମୀ ଖୋଲିବାକୁ ଅନୁମତି ମିଳିଛି । ମୟଙ୍କ ଅଭ୍ୟାସ ପାଇଁ ଏକାଡେମୀ ଆସିଛନ୍ତି । ସାମାଜିକ ଦୂରତ୍ବର ପାଳନ କରିବାକୁ ଯାଇ ଗ୍ରୁପ ଟ୍ରେନିଂ କରାଯାଉନାହିଁ । କେବଳ ୱାନ ଟୁ ୱାନ ସେସନ କରାଯାଉଥିବା କହିଛନ୍ତି ମୟଙ୍କଙ୍କ କୋଚ ମୂରଲୀ ।

ABOUT THE AUTHOR

...view details