ହାଇଦ୍ରାବାଦ: ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଶିଖର ଧୱନଙ୍କ ସ୍ଥାନରେ ଖେଳିବା ନେଇ ସୂଚନା ରହିଛି । ଆହତ ହେବା କାରଣରୁ ଶିଖର ଧୱନଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମୟଙ୍କଙ୍କୁ ସୁଯୋଗ ଦିଆଯାଇଛି । ସୀମିତ ଓଭର କ୍ରିକେଟରେ ମୟଙ୍କଙ୍କୁ ନିଜର ସ୍କିଲ ଦେଖାଇବାର ସୁଯୋଗ ମିଳିବ ।
ଭାରତୀୟ ଟିମ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚେନ୍ନାଇ (15 ଡିସେମ୍ବର), ବିଶାଖାପଟ୍ଟନମ (18 ଡିସେମ୍ବର) ଓ କଟକ (22 ଡିସେମ୍ବର) ରେ ଦିନିକିଆ ମ୍ୟାଚ ଖେଳିବ । ସୈୟଦ ମୁସ୍ତାଖ ଅଲୀ ଟି-20 ଖେଳିବା ବେଳେ ଧବନଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଛି । ତେଣୁ ବର୍ତ୍ତମାନ ଚାଲିଥିବା ଟି-20 ସିରିଜରେ ଶିଖରଙ୍କ ସ୍ଥାନରେ ସଞ୍ଜୁ ସାଇମନଙ୍କୁ ସ୍ଥାନ ଦିଆଯାଇଛି । ଦିନିକିଆ ସିରିଜ ଆଗରୁ ଧୱନଙ୍କ ଠିକ ହେବାର ଆଶା ଥିଲେ ମଧ୍ୟ ତାଙ୍କ କ୍ଷତ ଅନୁମାନ ଠାରୁ ଅଧିକ ଗଭୀର ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ।