ଓଡିଶା

odisha

ETV Bharat / sports

ୱିକେଟ ଗଲେ ଏଥର ନମସ୍କାର କରି ମନାଇବୁ ଖୁସି: ରାହାଣେ - ଅଜିଙ୍କ୍ୟ ରାହାଣେ

କୋରୋନା ପରେ କ୍ରିକେଟ ପଡିଆରେ କଣ ପରିବର୍ତ୍ତନ ହେବ କହିଲେ ଅଜିଙ୍କ୍ୟ ରାହାଣେ । କହିଲେ କ୍ରିକେଟ ଆରମ୍ଭ ହେଲେ ଅଭ୍ୟାସ ପାଇଁ ଦରକାର ସମୟ । ଅଧିକ ପଢ଼ନ୍ତୁ...

do Namaste to celebrate a wicket, when cricket will resume, covid-19, Ajinkya Rahane, ନମସ୍କାର କରି ମନାଇବୁ ଖୁସି, ରାହାଣେ, ଅଜିଙ୍କ୍ୟ ରାହାଣେ, କୋରୋନା ମହାମାରୀ
ୱିକେଟ ପଡିଲେ ଏଥର ନମସ୍କାର କରି ମନାଇବୁ ଖୁସି: ରାହାଣେ

By

Published : May 6, 2020, 7:08 PM IST

ନୂଆଦିଲ୍ଲୀ: ଆଗକୁ ଯେତେବେଳେ ବୁମରା କେନ ୱିଲିୟମସନଙ୍କୁ କିମ୍ବା ଅଶ୍ବିନ ଷ୍ଟିଭ ସ୍ମିଥଙ୍କୁ ଆଉଟ କରିବେ ସେତେବେଳେ ଆଉ ଅଧିନାୟକ ବିରାଟ କୋହଲି ଓ ଅନ୍ୟ ଖେଳାଳି ପରସ୍ପରକୁ କୁଣ୍ଢାଇବେ ନାହିଁ କିମ୍ବା ହାଇ-ଫାଇଭ ବି ଦେବେ ନାହିଁ । ଭାରତୀୟ କ୍ରିକେଟର ନିଜ ହାତ ଜୋଡି ନମସ୍କାର କରିବେ ଯେତେବେଳେ ସେମାନେ ୱିକେଟ ନେବେ । ଆଇସିସି ଯେତେବେଳେ ବଲକୁ ଚମକାଇବା ପାଇଁ ଲାଳ ଓ ଛେପର ବ୍ୟବାହାରକୁ ବନ୍ଦ କରିବା କଥା ଚିନ୍ତା କରୁଛି ଟେଷ୍ଟ କ୍ରିକେଟର ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ ମଧ୍ୟ କୋରୋନା ପରେ ଯେତେବେଳେ କ୍ରିକେଟ ଆରମ୍ଭ ହେବ ସେତେବେଳେ ପଡ଼ିଆରେ ୱିକେଟ ପଡିବା ବେଳେ ଖୁସି ମନାଇବା ନେଇ ଦେଇଛନ୍ତି ନୂଆ ଉପାୟ ।

ରାହାଣେ କହିଛନ୍ତି ଯେ, ‘‘ବର୍ତ୍ତମାନ ୱିକେଟ ନେବା ପରେ ନମସ୍କାର କିମ୍ବା ସେହିପରି ହିଁ କିଛି କରି ସେଲିବ୍ରେସନ ହେବ । କେହି ନିଜ ଯାଗା ଛାଡି଼ ପାଖାପାଖି ଆସିବେନି । ସମସ୍ତେ ନିଜ ସ୍ଥାନର ରହିବେ ଆଗରୁ ଯେମିତି ହେଉଥିଲା । କେବଳ କ୍ରିକେଟ କାହିଁକି ଆମ ଜୀବନଶୈଳୀରେ ମଧ୍ୟ କୋରୋନା ମହାମାରୀ ବେଶ୍‌ ପ୍ରଭାବ ପକାଇବ ।’’

ରାହାଣେ ଏହା ମଧ୍ୟ କହିଛନ୍ତି ଯେ, ‘‘କୋରୋନା ମହାମାରୀ ପରେ ଯେତେବେଳେ କ୍ରିକେଟ ପୁଣିଥରେ ଆରମ୍ଭ ହେବ କୌଣସି ବି ପ୍ରତିଦ୍ବନ୍ଦିତା ମୂଳକ ମ୍ୟାଚ ଆଗରୁ ଆମକୁ ତିନି-ଚାରି ସପ୍ତାହ ଅଭ୍ୟାସ କରିବାର ଆବଶ୍ୟକତା ରହିଛି ।’’ ‘‘ମୁଁ ମୋ ବ୍ୟାଟିଂକୁ ବହୁତ ମନେ ପକାଉଛି କିନ୍ତୁ ପ୍ରତିଶେଧକ କିମ୍ବା ଟୀକା ବାହାରିବା ପରେ ହିଁ କ୍ରିକେଟ ପୁଣି ଥରେ ଆରମ୍ଭ ହେବା ଦରକାର ।’’

‘‘କିନ୍ତୁ ଥରେ କ୍ରିକେଟ ଆରମ୍ଭ ହେଲେ ଆମେ କୌଣସି ବି କଥାକୁ ଖାମଖିଆଲି ଭାବେ ନେଇ ପାରିବା ନାହଁ । ଫ୍ୟାନ୍ସଙ୍କ ସୁରକ୍ଷା ଗୁରୁତ୍ବପୂର୍ଣ୍ଣ ରହିବ । କୌଣସି ସ୍ଥାନକୁ ଯିବାବେଳେ ଖାସ କରି ମ୍ୟାଚ ଆଗରୁ ଓ ପରେ ଜୀବନଶୈଳୀ ବେଶ୍‌ ପରିବର୍ତ୍ତିତ ହେବ ।

ABOUT THE AUTHOR

...view details