ଓଡିଶା

odisha

ETV Bharat / sports

ଆଇପିଏଲ 2020: ଆବୁଧାବିରେ ରାଜସ୍ଥାନ-ପଞ୍ଜାବର ଆରପାର ଲଢେଇ - ୟୁଏଇରେ ଆଇପିଏଲ

ଚଳିତ ଲିଗ୍‌ର 50ତମ ମ୍ୟାଚ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । ରାଜସ୍ଥାନ ଏଯାଏଁ 12ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରି 10 ପଏଣ୍ଟ ସହ ପଏଣ୍ଟ ଟେବୁଲର 7ମ ସ୍ଥାନରେ ରହିଛି । ପଞ୍ଜାବ ସେହିପରି 12ଟି ମ୍ୟାଚରୁ 6ଟିରେ ବିଜୟ ହାସଲ କରି 12ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି ।

ଆଇପିଏଲ 2020: ଆବୁଧାବିରେ ରାଜସ୍ଥାନ-ପଞ୍ଜାବର ଆରପାର ଲଢେଇ
match-preview-kings-xi-punjab-vs-rajasthan-royals-match-number-50th

By

Published : Oct 30, 2020, 1:34 PM IST

Updated : Oct 30, 2020, 7:40 PM IST

ଆବୁଧାବି: ଚଳିତ ଲିଗ୍‌ର 50ତମ ମ୍ୟାଚ ଆବୁଧାବିର ଶେଖ ଜାୟଦ ଷ୍ଟାଡିୟମରେ ଖେଳାଯିବ । ଉଭୟ ଦଳ ବିଜୟ ଲକ୍ଷ୍ୟ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବେ । କାରଣ ଏହି ବିଜୟ ହିଁ ନିର୍ଣ୍ଣୟ କରିବ ପ୍ଲେଅଫ୍‌ ଦୌଡରେ ଦଳ ରହିବ କି ନାହିଁ ।

ଆଇପିଏଲ 2020: ଆବୁଧାବିରେ ରାଜସ୍ଥାନ-ପଞ୍ଜାବର ଆରପାର ଲଢେଇ

ରାଜସ୍ଥାନ ଏଯାଏଁ 12ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରି 10 ପଏଣ୍ଟ ସହ ପଏଣ୍ଟ ଟେବୁଲର 7ମସ୍ଥାନରେ ରହିଛି । ପଞ୍ଜାବ ସେହିପରି 12ଟି ମ୍ୟାଚରୁ 6ଟିରେ ବିଜୟ ହାସଲ କରି 12ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି । ପଞ୍ଜାବ ବାକି 2ଟି ମ୍ୟାଚରେ ବିଜୟ ହାସଲ କଲେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରି ପାରିବ ।

ଅନ୍ୟପଟେ ରାଜସ୍ଥାନ ପାଇଁ ପ୍ଲେଇଫ୍‌ରେ ସ୍ଥାନ ସଂରକ୍ଷିତ ରଖିବା ଟିକେ କଷ୍ଟକର ହେବ । କାରଣ ରାଜସ୍ଥାନକୁ 2ଟି ମ୍ୟାଚରେ ବିଜୟ ହାସଲ କରିବା ସହ ପଞ୍ଜାବ, କେକେଆର, ହାଇଦ୍ରାବାଦ ଟିମ ପରାସ୍ତ ଉପରେ ନିର୍ଭର କରିବ ।

ରାଜସ୍ଥାନ ଗତ ମ୍ୟାଚରେ ମୁମ୍ବାଇକୁ ମାତ୍‌ ଦେଇଥିଲା । ମୁମ୍ବାଇ ବିପକ୍ଷରେ ବେନ ଷ୍ଟୋକ୍ସ ଫୁଲ ଫର୍ମରେ ରହିଥିଲେ । ସଞ୍ଜୁ ସାମସନ ବି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ତେବେ ପଞ୍ଜାବ ବିପକ୍ଷରେ ଦଳ ଚାହିଁବ ପୂର୍ବପରି ବ୍ୟାଟ୍ସମ୍ୟାନମାନେ ଦମଦାର ପ୍ରଦର୍ଶନ କରନ୍ତୁ । ସେହିପରି ସ୍ମିଥ, ବଟଲର, ଉତ୍ଥପାଙ୍କ ଆଜି ବ୍ୟାଟିଂ ଯାଦୁ ଦେଖିବାକୁ ଚାହିଁବେ ଫ୍ୟାନ୍ସ । ରାଜସ୍ଥାନ ବୋଲରଙ୍କୁ ଫର୍ମରେ ରହିବାକୁ ପଡିବ । କାରଣ ରୟାଲ୍ସ ବୋଲରଙ୍କ ସାମ୍ନାରେ ମୁମ୍ବାଇ ବ୍ୟାଟ୍ସମ୍ୟାନମାନେ ଛକା ଚୌକାର ବର୍ଷା କରି 195ରନର ବିଶାଳ ସ୍କୋର କରିଥିଲେ ।

କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ, କ୍ରିସ ଗେଲ୍‌ ସାନଦାର ଫର୍ମରେ ଅଛନ୍ତି । ମନନ୍ଦିପ ସିଂ ଗତ ମ୍ୟାଚରେ ସାନଦାର ଅର୍ଦ୍ଧଶତୀୟ ଇଂନିସ ଖେଳି ଟିମକୁ ବିଜୟ ଦେଇଥିଲେ । ନିକୋଲସ ପୁରନ ବି ଫର୍ମକୁ ଫେରିଛନ୍ତି । ଆଜି ଯଦି ତାଙ୍କର ବ୍ୟାଟ ଚାଲେ ତେବେ ରାଜସ୍ଥାନକୁ ଅସୁବିଧାରେ ପକାଇବ ।

ସ୍ପିନର ରବି ବିଷ୍ନୋଇ ଓ ମୁରଗନ ଅଶ୍ବିନ ଭଲ ପ୍ରଦର୍ଶନ କରୁଛନ୍ତି ।

Last Updated : Oct 30, 2020, 7:40 PM IST

ABOUT THE AUTHOR

...view details