ସିଡନୀ: ବୁଶ ଫାୟର କ୍ରିକେଟ ବେସ ପାଇଁ ଅଷ୍ଟ୍ରେଲିଆରେ ସଚିନ ତେନ୍ଦୁଲକର । ତେବେ ଏହି ସମୟରେ ସେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ ମାନସ ଲାବୁଶେନଙ୍କ ବେଶ୍ ପ୍ରଶଂସା କରିଛନ୍ତି । ତାଙ୍କର ଟେଷ୍ଟ ମ୍ୟାଚରେ ଖେଳିବା ଶୈଳୀ ସଚିନଙ୍କୁ ବେଶ୍ ପ୍ରଭାବିତ କରିଛି ।
ମାନସଙ୍କୁ ନେଇ ସଚିନ କହିଛନ୍ତି ଯେ, ମୁଁ ତାଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା 2ୟ ଟେଷ୍ଟ ମ୍ୟାଚରେ ଖେଳୁଥିବାର ଦେଖିଥିଲି । ସ୍ମିଥ ଆହତ ହୋଇଯାଇଥିଲେ ତାଙ୍କ ସ୍ଥାନରେ ସେ ଖେଳିଥିଲେ । ସେ ଜଣେ ଖାସ୍ ବ୍ୟାଟ୍ସମ୍ୟାନ । ତାଙ୍କର ଫୁଟଓ୍ବାର୍କ ଶାନଦାର । ଫୁଟଓ୍ବାର୍କ ଫିଜିକଲ ନୁହେଁ । ଏହାର ସମ୍ବନ୍ଧ ମାନସିକ ସ୍ତରରେ ହୁଏ । ଯଦି ଜଣେ ସାକରାତ୍ମକ ଚିନ୍ତା ସହ ଖେଳୁ ନାହଁ, ତାହେଲେ ପାଦର ମୁଭମେଣ୍ଟକୁ ପ୍ରଭାବିତ ହୁଏ ।