ଓଡିଶା

odisha

ETV Bharat / sports

ଅବସରରୁ ଫେରିବେ ଡିଭିଲିୟର୍ସ! - Mark Boucher on AB de Villiers

ଅବସରରୁ ଫେରିପାରନ୍ତି ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ। ନୂଆକରି କୋଚ ଦାୟିତ୍ବ ସମ୍ଭାଳିଥିବା ଅନ୍ୟତମ ପୂର୍ବତନ କ୍ରିକେଟର ମାର୍କ ବାଉଚର ଏମିତି କିଛି ସଙ୍କେତ ଦେଇଛନ୍ତି।

ଅବସରରୁ ଫେରିବେ ଡିଭିଲିୟର୍ସସ
ଅବସରରୁ ଫେରିବେ ଡିଭିଲିୟର୍ସସ

By

Published : Dec 15, 2019, 11:44 PM IST

ହାଇଦ୍ରାବାଦ: ଅବସରରୁ ଫେରିପାରନ୍ତି ଦକ୍ଷିଣ ଆଫ୍ରିକାର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ । ପୁଣି ଦର୍ଶକ ଦେଖିପାରନ୍ତି ମିଷ୍ଟର 360ଙ୍କ ଅବିଶ୍ବସନୀୟ ସଟ୍‌। ନୂଆକରି କୋଚ ଦାୟିତ୍ବ ସମ୍ଭାଳିଥିବା ଅନ୍ୟତମ ପୂର୍ବତନ କ୍ରିକେଟର ମାର୍କ ବାଉଚର ଏମିତି କିଛି ସଙ୍କେତ ଦେଇଛନ୍ତି । ଦକ୍ଷିଣ ଆଫ୍ରକା କ୍ରିକେଟ ଟିମର ପ୍ରଦର୍ଶନ ବେଶ କିଛି ଦିନ ହେବ ଖରାପ ରହିଛି ।

ବାଉଚର କହିଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମକୁ ପୁଣି ବିଜୟ ଟ୍ରାକକୁ ଫେରାଇବା ତାଙ୍କର ଲକ୍ଷ୍ୟ ରହିଛି । ସେଥିପାଇଁ ସେ ଅଭିଜ୍ଞ ଓ ଶ୍ରେଷ୍ଠ ଖେଳାଳିଙ୍କୁ ଟିମରେ ଚାହାଁନ୍ତି । 2020 ଟି-20 ବିଶ୍ବକପ ପାଇଁ ସବୁ ଟିମ ପ୍ରସ୍ତୁତି ଚଳାଇଛନ୍ତି। ଡିଭିଲିୟର୍ସ ଦକ୍ଷିଣ ଆଫ୍ରିକାର ଜଣେ ଶ୍ରେଷ୍ଠ ଖେଳାଳି । ସେଥପାଇଁ ସେ ଡିଭିଲିୟର୍ସଙ୍କୁ ଆଗାମୀ ଟି20 ବିଶ୍ବକପ ଖେଳିବାକୁ କହିବେ ବୋଲି କୋଚ ବାଉଚର କହିଛନ୍ତି । ବିଶ୍ବକପ ଭଳି ଟୁର୍ଣ୍ଣାମେଣ୍ଟରେ ସମସ୍ତ ଟିମ ନିଜର ଶ୍ରେଷ୍ଠ ଖେଳାଳିଙ୍କୁ ଦଳରେ ସାମିଲ କରିବାକୁ ଚାହିଁବେ ବୋଲି ମଧ୍ୟ ମାର୍କ ବାଉଚର କହିଛନ୍ତି ।

ଡିଭିଲିୟର୍ସ ମେ 2018 ରେ ଅନ୍ତଜାର୍ତୀୟ କ୍ରିକେଟକୁ ଅଲବିଦା କହିଥିଲେ । ଆଇପିଏଲ ଟିମ ଆରସିବିରେ ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ସହ ଡିଭିଲିୟର୍ସ ଖେଳନ୍ତି। ତାଙ୍କ ଫେରିବା ଖବର ସାମ୍ନାକୁ ଆସିବା ପରେ କ୍ରିକେଟ ଫ୍ୟାନ୍ସ ଖୁସି ଜାହିର କରିଛନ୍ତି।

ABOUT THE AUTHOR

...view details