ଓଡିଶା

odisha

ଆଜିର ଦିନରେ 2011 ବିଶ୍ବକପରୁ ପାକିସ୍ତାନକୁ ବିଦା କରିଥିଲା ଭାରତ

By

Published : Mar 30, 2021, 4:49 PM IST

ସ୍ମୃତିରେ ଟିମ ଇଣ୍ଡିଆର ସ୍ମରଣୀୟ ବିଜୟ । 2011 ଆଜିର ଦିନରେ(ମାର୍ଚ୍ଚ 30) ବିଶ୍ବକପ ସେମିଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ଧୋନି ଧୂରନ୍ଦର । ଅଧିକ ପଢନ୍ତୁ...

march 30,2011This day, that year: India defeated Pakistan to reach 2011 World Cup final
ଆଜିର ଦିନରେ 2011 ବିଶ୍ବକପରୁ ପାକିସ୍ତାନକୁ ବିଦା କରିଥିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତୀୟ କ୍ରିକେଟ ପାଇଁ ଏକ ସ୍ମରଣୀୟ ଦିନ । 30 ମାର୍ଚ୍ଚ 2011, ଏହି ଦିନକୁ ଭାରତୀୟ କ୍ରିକେଟ ପ୍ରେମୀ କେବେ ଭୁଲି ପାରିବେ ନାହିଁ । କାରଣ ଏହି ଦିନ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ପରାସ୍ତ କରି ଭାରତୀୟ କ୍ରିକେଟ ଦଳ ବିଶ୍ବକପ ଜିତିବା ପାଇଁ ଆଉ ପାଦେ ଆଗକୁ ବଢିଥିଲା ।

ତତ୍କାଳୀନ କ୍ୟାପେଟନ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ବରେ ଭାରତୀୟ ଟିମ ବିଶ୍ବକପ ଦଖଲ ପାଇଁ ଗୋଟିଏ ପରେ ଗୋଟିଏ ଆହ୍ବାନକୁ ଗ୍ରହଣ କରି ଫାଇନାଲକୁ ପ୍ରବେଶ କରିଥିଲା । କିନ୍ତୁ ଯେତେବେଳେ ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ସେମିଫାଇନାଲରେ ପରାସ୍ତ କରି ଟିମ ଇଣ୍ଡିଆ ଫାଇନାଲକୁ ପ୍ରବେଶ କରିଥିଲା ତାହା କୋଟି କୋଟି ଭାରତୀୟଙ୍କ ପାଇଁ ଫାଇନାଲ ସଦୃଶ ଥିଲା ।

2011 ଦିନିକିଆ ବିଶ୍ବକପର ପ୍ରଥମ ସେମିଫାଇନାଲରେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିଲେ । ଏହି ହାଇ-ଭୋଲଟେଜ ଲଢେଇରେ ପାକିସ୍ତାନକୁ 29 ରନରେ ପରାସ୍ତ କରି ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିଲା ଭାରତ । ଭାରତ 50 ଓଭରରେ 260 ରନ ସଂଗ୍ରହ କରିଥିଲା । ସଚିନ ତେନ୍ଦୁଲକର 85 ରନର ଦମଦାର ଇଂନିସ ଖେଳିଥିଲେ । 261 ରନର ପିଛା କରି ପଡିଆକୁ ଓହ୍ଲାଇଥିବା ପାକିସ୍ତାନକୁ ଧରାଶାୟୀ କରିଥିଲେ ଭାରତୀୟ ବୋଲର । ମାତ୍ର 231ରନ କରିବାକୁ ସମର୍ଥ ହୋଇଥିଲା ପାକିସ୍ତାନ ।

କେଉଁଠି ହୋଇଥିଲା ମ୍ୟାଚ...


ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ହୋଇଥିଲା ଏହି ମ୍ୟାଚ । ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବୀରେନ୍ଦ୍ର ସେହ୍ବାଗ ଓ ସଚିନ ତେନ୍ଦୁଲକର ପାଳି ଆରମ୍ଭ କରିଥିଲେ । ଭାରତ ସେମିଫାଇନାଲକୁ 29 ରନରେ ଜିତି ବିଶ୍ବକପ ଫାଇନାଲକୁ ପ୍ରବେଶ କରିଥିଲା । ଫାଇନାଲରେ ବିଶ୍ବକପର ଅନ୍ୟତମ ଦାବିଦାର ଥିବା ଶ୍ରୀଲଙ୍କାକୁ ପରାସ୍ତ କରି 28 ବର୍ଷ ପରେ ବିଶ୍ବ ବିଜୟୀ ହୋଇଥିଲା ଟିମ ଇଣ୍ଡିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details