ଓଡିଶା

odisha

ETV Bharat / sports

ମହେନ୍ଦ୍ର ସିଂ ଧୋନି: ଅନେକଙ୍କ ମଧ୍ୟରେ ଅନ୍ୟତମ - ମ୍ୟାଚ ଫିନିସର ଧୋନି

ପ୍ରେରଣାଦାୟକ ଅଧିନାୟକତ୍ବ ଏବଂ ମ୍ୟାଚ ଫିନିସ କରିବାର ଅଭୁତପୂର୍ଣ୍ଣ କୌଶଳ ତାଙ୍କୁ ସମସ୍ତଙ୍କ ଠାରୁ ନିଆରା କରେ । ପାରମ୍ପରିକ ବ୍ୟାଟ୍ସମ୍ୟାନଙ୍କ ଠାରୁ ଭିନ୍ନ ରଣନୀତି ପାଇଁ ଧୋନି ଅନନ୍ୟ ।

Many firsts of MS Dhoni
ମହେନ୍ଦ୍ର ସିଂ ଧୋନି: ଅନେକଙ୍କ ମଧ୍ୟରେ ଅନ୍ୟତମ

By

Published : Aug 16, 2020, 5:02 PM IST

ହାଇଦ୍ରାବାଦ: ତାଙ୍କର ପ୍ରେରଣାଦାୟକ ଅଧିନାୟକତ୍ବ ଏବଂ ମ୍ୟାଚ ଫିନିସ କରିବାର ଅଭୁତପୂର୍ଣ୍ଣ କୌଶଳ ତାଙ୍କୁ ସମସ୍ତଙ୍କ ଠାରୁ ନିଆରା କରେ । ପାରମ୍ପରିକ ବ୍ୟାଟ୍ସମ୍ୟାନଙ୍କ ଠାରୁ ଭିନ୍ନ ରଣନୀତି ପାଇଁ ଧୋନି ଅନନ୍ୟ । ବର୍ଷ 2016 ଏକ ଟି-20 ସିରିଜରେ 140 ବର୍ଷରେ ଅଷ୍ଟ୍ରେଲିଆ ବିପକ୍ଷରେ 3-0ରେ ସିରିଜ ମୂଲପୋଛ କରିବାରେ ସେ ଏକମାତ୍ର କ୍ୟାପଟେନ । ୱିକେଟ କିପର ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ସର୍ବାଧିନ ରନ ହାସଲକାରୀ ବ୍ୟାଟ୍ସମ୍ୟାନର ରେକର୍ଡ ଧୋନିଙ୍କ ନାମର ରହିଛି ।

ଆଇପିଏଲରେ ଧୋନି

ଦୀର୍ଘ 16 ବର୍ଷର ଲମ୍ବା କ୍ୟାରିୟରରେ ଅଗଣିତ ସଫଳତାର ଅଧିକାରୀ ହୋଇଛନ୍ତି ଧୋନି । ତେବେ 15 ଅଗଷ୍ଟ 2020ରେ ଧୋନିଙ୍କ ସଫଳତମ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ଯବନିକା ପଡିଛି । ସ୍ବାଧୀନତା ଦିବସର ସନ୍ଧ୍ୟା 7.29 ଠାରୁ ଅବସର ନେଇଥିବା ଖେଳାଳିଙ୍କ ମଧ୍ୟରେ ଗଣନା କରିବାକୁ ଧୋନି ଘୋଷଣା କରିଥିଲେ । ବିଶ୍ବ କ୍ରିକେଟ ସହ ଭାରତୀୟ କ୍ରିକେଟରେ ଧୋନିଙ୍କ ସହ ଅନେକ ରେକର୍ଡ, ଅଂସଖ୍ୟ ଅଭୁଲା ମୂହୂର୍ତ୍ତ ସ୍ମରଣୀୟ ହୋଇ ରହିବ । ଆଇସିସି ଦିନିକିଆ ମାନ୍ୟତାର ନଂ1 ସ୍ଥାନରେ ପହଞ୍ଚିବାରେ ସେ ଥିଲେ ଦ୍ରୁତତମ ବ୍ୟାଟ୍ସମ୍ୟାନ । ଭାରତୀୟ କ୍ରିକେଟରେ ତାଙ୍କର ମହାନତା ସର୍ବକାଳୀନ ଶ୍ରେଷ୍ଠ । କ୍ୟାପଟେନ ଭାବରେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ରେକର୍ଡ ଓ ସର୍ବାଧିକ ଛକା ସହାୟତାରେ ମ୍ୟାଚ ଫିନିସ କରିବାର ରେକର୍ଡ ତାଙ୍କ ନାମରେ ରହିଛି ।

କ୍ୟାପଟେନ, ବ୍ୟାଟ୍ସମ୍ୟାନ କିମ୍ବା ୱିକେଟ କିପର ଭାବେ ବିଶ୍ବକ୍ରିକେଟରେ ସେ ନିଜର ଛାପ ଛାଡିବା ସହ ସ୍ବତନ୍ତ୍ରତା ହାସଲ କରିଛନ୍ତି ।ମଜର ପକାନ୍ତୁ, ଇଟିଭି ଭାରତ ଚୟନ କରିଥିବା ମହାନ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ସ୍ବର୍ଣ୍ଣିମ, ସଫଳତମ କ୍ୟାରିୟରରେ କିଛି ଶ୍ରେଷ୍ଠ ରେକର୍ଡ ଉପରେ...

ଭାରତ ନଂ1 ଟେଷ୍ଟ ଟିମ ବେଳେ ଟେଷ୍ଟ ଚମ୍ପିଆନସିପ ଗଦା ସହ ଧୋନି

ଦିନିକିଆରେ ପ୍ରଥମ 50ରୁ ଉର୍ଦ୍ଧ୍ବ ବ୍ୟାଟିଂ ହାର

ଭେଟେରାନ ଧୋନି ଅନ୍ତର୍ଜାତୀୟ କ୍ୟାରିୟରରେ 350ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 50ରୁ ଉର୍ଦ୍ଧ୍ବ ବ୍ୟାଟିଂ ହାରରେ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ 10,000 ଦିନିକିଆ ରନ କ୍ଳବରେ ସାମିଲ ହୋଇଥିଲେ । ଏହି ତାଲିକାର ଶୀର୍ଷରେ ଟିମ ଇଣ୍ଡିଆର ବର୍ତ୍ତମାନର କ୍ୟାପଟେନ ବିରାଟ କୋହଲି ରହିଛନ୍ତି । ଧୋନି ଏହି ତାଲିକାରେ ଷଷ୍ଠ ସ୍ଥଆନରେ ରହିଛନ୍ତି । ସଚିନ ତେନ୍ଦୁଲକର ଦ୍ବିତୀୟ ଓ ସୌରଭ ଗାଙ୍ଗୁଲି ତାଲିକାର 3ୟ ସ୍ଥାନରେ ରହିଛନ୍ତି । ଧୋନି 14 ଖେଳାଳି ଥିବା ଏହି ତାଲିକାରେ ପ୍ରବେଶ କରିବାକୁ 273 ଇଂନିସ ନେଇଥିଲେ ।

ବର୍ଷ 2004ରେ ଡେବ୍ୟୁ ମ୍ୟାଚ ଖେଳିବା ପରଠାରୁ ସେ 50.57 ହାରରେ 10,773 ରନ ସଂଗ୍ରହ କରିଛନ୍ତି । ଯାହାକି କୋହଲିଙ୍କ ବ୍ୟାଟିଂ ହାର 59.33 ପରେ ଦ୍ବିତୀୟ ସର୍ବାଧିକ ।

ଟି20: କ୍ୟାପଟେନ ଭାବେ ସର୍ବାଧିକ ମ୍ୟାଚ ବିଜୟ

ମହେନ୍ଦ୍ର ସିଂ ଧୋନି ଫଟାଫଟ କ୍ରିକେଟ ବା ମଡର୍ଣ୍ଣ କ୍ରିକେଟରେ ଥିଲେ ଦକ୍ଷ ଓ ଧୁରନ୍ଦର । ବର୍ଷ 2007ରେ ଫଟାଫଟ କ୍ରିକେଟର ମହାକୁମ୍ଭ ଟି-20 ବିଶ୍ବକପର ପ୍ରଥମ ସଂସ୍କରଣ ଖେଳାଯାଇଥିଲା । ମାତ୍ର 25 ବର୍ଷ ବୟସରେ ରାଞ୍ଚି ଭଳି ଦେଶର ଏକ ଛୋଟ ସହରରୁ ଆସି ଦକ୍ଷିଣ ଆଫ୍ରିକାରେ ସେ ରଚିଥିଲେ ଇତିହାସ । 24 ସେପ୍ଟେମ୍ବରର ଦିନ ଥିଲା, ଆଇସିସି ଟି-20 ବିଶ୍ବକପରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ୱାଣ୍ଡର୍ସ ଷ୍ଟାଡିୟମରେ ଧଏାନିଙ୍କ ନେତୃତ୍ବରେ ବିଶ୍ବଜିଣିଥିଲା ଭାରତ । ଏହା 1983 ବିଶ୍ବକପ ବିଜୟ ଟ୍ରଫି ପରେ, ଭାରତର ପ୍ରଥମ ବଡ ଆଇସିସି ଟ୍ରଫି ବିଜୟ ଥିଲା ।

ଏହି ଟୁର୍ଣ୍ଣାମେଣ୍ଟରୁ ଧୋନିଙ୍କ ଅଧିନାୟକତ୍ବର ସଫଳତମ ଅଧ୍ୟାୟ ଆରମ୍ଭ ହୋଇଥିଲା । ସେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ରେ ମଧ୍ୟ ଶ୍ରେଷ୍ଠ କ୍ୟାପଟେନ ରହିଛନ୍ତି । ବର୍ଷ 2008ରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପରଠାରୁ, କ୍ୟାପଟେନ ଭାବେ ସେ 3ଟି ଟ୍ରଫି ବିଜେତା ହୋଇସାରିଛନ୍ତି । ବିଜୟୀ ଟ୍ରଫି ଗଣନାରେ ସେ ଆଇପିଏଲ ଇତିହାସର ଦ୍ବିତୀୟ ସର୍ବାଧିକ ସଫଳତମ କ୍ୟାପଟେନ ରହିଛନ୍ତି । ମାତ୍ର ବିଜୟୀ ମ୍ୟାଚ ଗଣନାରେ ଧୋନିଙ୍କ ରେକର୍ଡ ସମସ୍ତଙ୍କ ଠାରୁ ଆଗରେ । ବିଜୟ ପ୍ରତିଶତ 66 ସହ ଧୋନି ମୋଟ 104ଟି ଆଇପିଏଲ ମ୍ୟାଚରେ ବିଜୟୀ ରହିଛନ୍ତି । ଆଇପିଏଲରେ ପ୍ରଥମ କ୍ୟାପଟେନ ଭାବେ ସେ 100ତମ ମ୍ୟାଚ ବିଜୟ ସଂଖ୍ୟାକୁ ଅତିକ୍ରମ କରିଥିଲେ ।

ବିଶ୍ବରେ ଏକମାତ୍ର କ୍ୟାପଟେନ

ବିଶ୍ବରେ କ୍ରିକେଟ ଖେଳୁଥିବା ଦେଶ ମାନଙ୍କ ମଧ୍ୟରେ ଏମିତି କେହିଜଣେ କ୍ୟାପଟେନ ଅଛନ୍ତି କି ଯିଏ ଅନ୍ତର୍ଜାତୀୟ କ୍ରିକେଟ ପରଷଦର 3ଟି ଯାକ ଟ୍ରଫି ବିଜେତା ହୋଇଛନ୍ତି ? 23 ଜୁନ 2013 ପର୍ଯ୍ୟନ୍ତ ଏହି ତାଲିକାରେ କେହି ବି ନଥିଲେ । ମାତ୍ର ଧୋନି ଏହି ଶୂନ୍ୟସ୍ଥାନ ପୂରଣ କରିବା ସହ, ବିଶ୍ବର ବିରଳ କ୍ରିକେଟର କ୍ୟାପଟେନ ପାଲଟିଥିଲେ । ବର୍ଷ 2013ରେ ଇଂଲଣ୍ଡର ଏଜବେଷ୍ଟନରେ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ଇଂଲଣ୍ଡକୁ ଭାରତ ହରାଇବା ପରେ ଧୋନି 3ଟି ଆଇସିସି ଟ୍ରଫି ଜିଣିବାର ବିଶ୍ବର ପ୍ରଥମ କ୍ୟାପଟେନ ହେବାର ରେକର୍ଡ କରିଥିଲେ । ପୂର୍ବରୁ 2007ରେ ଆଇସିସି ଟି-20 ବିଶ୍ବକପ ଓ 2011ରେ ଆଇସିସି ଦିନିକିଆ ବିଶ୍ବକପ ଜିଣି ସାରିଥିଲେ । ପରେ 2014-15ରେ ଅଷ୍ଟ୍ରେଲିଆ ଗସ୍ତରେ ଧୋନି ବିରାଟ କୋହଲିଙ୍କୁ ଟେଷ୍ଟ କ୍ୟାପଟେନ ଭାର ପ୍ରଦାନ କରିଥିଲେ ।

ପ୍ରଥମ ଭାରତୀୟ କ୍ୟାପଟେନ ଭାବେ ନଂ1 ଟିମ ଟେଷ୍ଟ ଟିମ ଭାରତର ପ୍ରତିନିଧିତ୍ବ

ଧୋନିଙ୍କ ନେତୃତ୍ବରେ ଭାରତୀୟ ଟେଷ୍ଟ ଟିମ ବିଶ୍ବରେ ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲା । 2009ରେ ଭାରତ ଆଇସିସି ମାନ୍ୟତାରେ ନଂ1 ଟେଷ୍ଟ ଟିମ ରହିଥିଲା । ପ୍ରଥମ ଭାରତୀୟ ଭାବେ ଆଇସିସି ଟେଷ୍ଟ ଚମ୍ପିଆନସିପ ଗଦା ଉଠାଇଥିଲେ ଧୋନି । କ୍ରିକେଟର ଲମ୍ବା ଫର୍ମାଟରେ ଧୋନି 60ଟି ଟେଷ୍ଟରେ ଭାରତର ପ୍ରତିନିଧତ୍ବ କରିଛନ୍ତି । ସେଥିମଧ୍ୟରୁ 27ଟିରେ ବିଜୟ ମିଳିଥିବାବେଳେ, 18ଟିରେ ପରାଜୟର ସାମ୍ନା କରିବାକୁ ପଡିଛି । ଟେଷ୍ଟ ମ୍ୟାଚ ବିଜୟ ହାରରେ ମଧ୍ୟ ଧୋନି ଅନ୍ୟ ଭାରତୀୟ କ୍ୟାପଟେନଙ୍କ ତୁଳନାରେ ଆଗରେ ରହିଥିଲେ ।

ଧୋନିଙ୍କୁ ନେଇ କିଛି ରୋଚକ ରେକର୍ଡ

  • ଛକା ମାରି ବିଶ୍ବକପ ବିଜୟ ହାସଲ କରିବାରେ ଏକମାତ୍ର ଖେଳାଳି
  • ଦିନିକିଆ କ୍ରିକେଟରେ ସର୍ବାଧିକ(82) ଥର ଅପରାଜିତ
  • 7ନଂ ବ୍ୟାଟିଂ କ୍ରମରେ ଦୁଇଟି ଶତକ, ଏହି ସ୍ଥାନରେ ସର୍ବାଧିକ
  • ସର୍ବାଧିକ 9ଟି ମ୍ୟାଚରେ ଛକା ମାରି ଦଳକୁ କରାଇଛନ୍ତି ବିଜେତା
  • 6ନଂ ସ୍ଥାନରେ ବ୍ୟାଟିଂ କରି ଧୋନିଙ୍କ 4041 ରନ, ଏହି ସ୍ଥାନରେ ସର୍ବକାଳୀନ ସର୍ବାଧିକ
  • ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଷ୍ଟମ୍ପିଂ, ଟେଷ୍ଟରେ 38, ଦିନିକିଆରେ 120, ଟି-20ରେ 34

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details