ଓଡିଶା

odisha

ETV Bharat / sports

‘ଭାରତରେ ରାଫେଲ ଲ୍ୟାଣ୍ଡିଂ ପରେ ପଡୋଶୀ ଦେଶରେ 8.5 ତୀବ୍ରତାର ଭୂକମ୍ପ’ - rafale lands in india ambala

ରାଫେଲ ଲଢୁଆ ବିମାନ ଅବତରଣ ପରେ ଭାରତୀୟ କ୍ରିକେଟର ମନୋଜ ତିୱାରୀ, ରାଫେଲକୁ ନେଇ କରିଥିବା ଟ୍ବିଟ ଭାଇରାଲ ହେବର ଲାଗିଛି ।

manoj-tiwari-and-shikhar-dhawan-tweet-on-rafale-lands-in-india-ambala
‘ଭାରତରେ ରାଫାଲ ଅବତରଣ କରିବା ପରେ ପଡୋଶୀ ଦେଶରେ 8.5 ତୀବ୍ରତାରେ ଭୂକମ୍ପ’

By

Published : Jul 29, 2020, 8:30 PM IST

ହାଇଦ୍ରାବାଦ:ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ଘଟି ବୁଧବାର ହରିୟାଣାର ଅମ୍ବାଲା ଏୟାରବେସରେ ଅବତରଣ କରିଛି ଭାରତର 5ଟି ରାଫେଲେ ଯୁଦ୍ଧ ବିମାନ । ଫ୍ରାନ୍ସଠୁ ଭାରତ ଏହି ବିମାନ ଗୁଡିକ କିଣିଛି । ତେବେ ବୁଧବାର ରାଫେଲର ଅବତରଣ ପରେ ପ୍ରତି ଭାରତୀୟ ଗର୍ବିତ ଅନୁଭବ କରୁଛନ୍ତି । ଇତି ମଧ୍ୟରେ ଭାରତୀୟ କ୍ରିକେଟର ମନୋଜ ତିୱାରୀଙ୍କ ରାଫେଲକୁ ନେଇ କରିଥିବା ଟ୍ବିଟ ଭାଇରାଲ ହେବର ଲାଗିଛି ।

ମନୋଜ ଟ୍ବିଟ୍ କରି ଲେଖିଛନ୍ତି, ଭାରତରେ ରାଫାଲ୍ ବିମାନ ଅବତରଣ କରିବା ସହିତ ପଡୋଶୀ ଦେଶରେ 8.5 ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଛି । କୌଣସି ମୃତ୍ୟୁ ହୋଇନାହିଁ । ଏହା ଦ୍ବାର ଆମର ବାୟୁସେନା ଅଧିକ ଶକ୍ତିଶାଳୀ ହେବ ବୋଲି ମନୋଜ ଲେଖିଛନ୍ତି । ସେହିପରି ଭାରତୀୟ ଓପନର ଶିଖର ଧୱନ ଲେଖିଛନ୍ତି, ‘ରାଫାଲେକୁ ଭାରତକୁ ସ୍ବାଗତ ।’

ସୂଚନାଯୋଗ୍ୟ ଯେ, 59 ହଜାର କୋଟି ଟଙ୍କାରେ ଫ୍ରାନ୍ସଠାରୁ ଭାରତ 36ଟି ରାଫେଲ ଲଢୁଆ ବିମାନ କ୍ରୟ ପାଇଁ ଚୁକ୍ତି କରିଛି ।

ABOUT THE AUTHOR

...view details