ବିଶାଖାପାଟଣା: 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚକୁ ଟିମ୍ ଇଣ୍ଡିଆ ନିଜ ନାଁରେ କରିଛି । ଦ.ଆଫ୍ରିକା ଦଳକୁ 203 ରନ୍ରେ ମାତ୍ ଦେଇଛି ଭାରତ । ତେବେ ଏହି ମ୍ୟାଚର ହିରୋ ରୋହିତ ଶର୍ମା 2 ପାଳିରେ ଶତକ ମାରିଛନ୍ତି । ତାଙ୍କର ଦମ୍ଦାର ଖେଳ ପାଇଁ ରୋହିତଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ମିଳିଛି ।
'ଓପନର ଭାବେ ସୁଯୋଗ ମିଳିଥିବାରୁ ଟିମ୍ ମ୍ୟାନେଜମେଣ୍ଟକୁ ଧନ୍ୟବାଦ' - ଘରୋଇ ଟେଷ୍ଟ ଶୃଙ୍ଖଳା
ଘରୋଇ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଟିମ୍ ଇଣ୍ଡିଆ ନିଜ ନାଁରେ କରିଛି । ରୋହିତଙ୍କ ଟେଷ୍ଟ କ୍ୟାରିଅରରେ ପ୍ରଥମଥର ପାଇଁ ସେ ଓପନର ଭାବେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ।
ବିଶାଖାପାଟଣା ଟେଷ୍ଟ
ସୂଚନାଥାଉକି, ରୋହିତଙ୍କ ଟେଷ୍ଟ କ୍ୟାରିଅରରେ ପ୍ରଥମଥର ପାଇଁ ସେ ଓପନର ଭାବେ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ।
ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ନେବାକୁ ଆସି ରୋହିତ ଶର୍ମା କହିଛନ୍ତି, " ମୁଁ ଗ୍ରାଉଣ୍ଡରେ ନିଜର ବେଷ୍ଟ ଦେବାକୁ ପ୍ରୟାସ କରିଛି । ଓପନର ଭାବେ ଖେଳିବା ମୋ ପାଇଁ ଶାନଦାର ସୁଯୋଗ । ଏହି ସୁଯୋଗ ମିଳିଥିବାରୁ ଟିମ୍ ମ୍ୟାନେଜମେଣ୍ଟ ପାଖରେ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ଏହା ପୂର୍ବରୁ ମୁଁ ଟେଷ୍ଟ ଓପନିଂ କେବେ କରି ନାହିଁ ।"