ଓଡିଶା

odisha

ମଲାନଙ୍କ ନୂଆ ମାଇଲଷ୍ଟୋନ, 1 ହଜାର ଟି20 ରନ୍‌ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ

ବାବାର ଆଜମଙ୍କୁ ପଛରେ ପକାଇ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡେୱିଡ ମଲାନ ହେଲେ ଅନ୍ତର୍ଜାତୀୟ ଟି20ରେ 1000 ରନ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ । ଅଧିକ ପଢନ୍ତୁ...

By

Published : Mar 21, 2021, 4:42 PM IST

Published : Mar 21, 2021, 4:42 PM IST

ETV Bharat / sports

ମଲାନଙ୍କ ନୂଆ ମାଇଲଷ୍ଟୋନ, 1 ହଜାର ଟି20 ରନ୍‌ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ

Malan topples Babar Azam to become fastest batsman to hit 1000 T20I runs
ମଲାନଙ୍କ ନୂଆ ମାଇଲଷ୍ଟୋନ, 1,000 ଟି20 ରନ୍‌ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ

ଅହମ୍ମଦାବାଦ:ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଡେୱିଡ ମଲାନ ଅନ୍ତର୍ଜାତୀୟ ଟି20ରେ 1000 ରନ ପୂରଣ କରିବାରେ ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଏହି ସଫଳତା ହାସଲ କରିବାରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବାବାର ଆଜମଙ୍କୁ ପଛରେ ପକାଇଛନ୍ତି ମଲାନ ।

ଭାରତ ବିପକ୍ଷ ପଞ୍ଚମ ଟି20ରେ ଶନିବାର ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ମଲାନ । 24ତମ ଇଂନିସରେ ଏହି ସଫଳତା ହାସଲ କରିଛନ୍ତି ଇଂଲିସ ବ୍ୟାଟ୍ସମ୍ୟାନ । ଫଳରେ 26ଟି ଇଂନିସରେ ଆଜମଙ୍କ 1000 ରନ୍‌ର ରେକର୍ଡ ଭଙ୍ଗ ହୋଇଛି । ପଞ୍ଚମ ଟି20ରେ ମଲାନ 46 ବଲ୍‌ରୁ 68 ରନର ଇଂନିସ ଖେଳିଥିଲେ ।

ଏହି ତାଲିକାର ତୃତୀୟରେ ରହିଛନ୍ତି ଭାରତୀୟ କ୍ୟାପଟେନ ବିରାଟ କୋହଲି । 27ଟି ଇଂନିସରେ 1000 ରନ ପୂରଣ କରିଥିଲେ କୋହଲି । ପରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ 29 ଓ କେଏଲ ରାହୁଲ 29ଟି ଇଂନିସରେ ଅନ୍ତର୍ଜାତୀୟ ଟି20ରେ 1000 ରନ ରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details